କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ପଞ୍ଚାୟତ ଅଧରନ କଅଁରପୁର ଗ୍ରାମର ସ୍ୱର୍ଗତ ପ୍ରଦୀପ ବିହାରୀ, ରଞ୍ଜନ ପୃଷ୍ଟି, ବସନ୍ତ ପୃଷ୍ଟି ଓ ସୁଦାମ ପୃଷ୍ଟିଙ୍କ ସ୍ମୃତିରେ ମହାପୁରୁଷ କ୍ରୀକେଟ କ୍ଲବ ଆନୁକୂଲ୍ୟରେ ଏକ ଦିବାରାତ୍ର କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଆଳିର ଫ୍ରେଣ୍ଡସ କ୍ରୀକେଟ କ୍ଲବ ୱାକଭର ନେଇ ବିଜୟୀ ହେବା ପରେ ମହାପୁରୁଷ କ୍ରୀକେଟ କ୍ଲବ ସହ ଏକ ବନ୍ଧୁତ ପୂର୍ଣ୍ଣ ମ୍ୟାଚ ଖେଳିଥିଲା । ଅବସରପ୍ରାପ୍ତ ଇଂ ନିରଞ୍ଜନ ବିହାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ଏଭଳି କ୍ରୀକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ ଦ୍ୱାରା ଗ୍ରାମାଞ୍ଚଳର ଯୁବକମାନଙ୍କ ଭିତରେ କ୍ରୀଡା ନୈପୂଣ୍ୟତା ବୃଦ୍ଧି ପାଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ସମାଜସେବୀ ନଳିନୀକାନ୍ତ ପୃଷ୍ଟି, ମଞ୍ଜୁଲତା ବିହାରୀ ଓ ଗୋପିନାଥ ବିହାରୀ ପ୍ରମୁଖ ଉପସ୍ଥିତ ଥିଲେ । ମହାପୁରୁଷ କ୍ରୀକେଟ କ୍ଲବର ସଭାପତି ଦେବେନ୍ଦ୍ର ପୃଷ୍ଟି, ସମ୍ପାଦକ ନିରାକାର ଦାସ, ବିଜୟ କୁମାର ଜଗତି, ଗିରିଶ ଦାସ, ଗଙ୍ଗାଧର ବିହାରୀ ପ୍ରମୁଖ ଆଜିର ମ୍ୟାଚକୁ ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଦେଖିବା ପାଇଁ ବହୁ ଦର୍ଶକଙ୍କ ସମାଙ୍ଗମ ହୋଇଥିଲା ।


