କ୍ରୀଡାବିତ ଚିନ୍ମୟୀ ଭୂୟାଁଙ୍କୁ ସମ୍ବର୍ଦ୍ଧିତ କଲେ ବ୍ଲକ ଉପାଧ୍ୟକ୍ଷ

ହାଟଡିହିି, (ବିକାଶ ବିଶ୍ୱାଳ):ଆନ୍ତର୍ଜାତିକ ସ୍ତରରେ ୱାର୍ଲଡ ପୋଲିସ ଓ ଫାୟାର ଗେମସରେ ଦୁଇ ଦୁଇଟି ସ୍ୱର୍ଣ୍ଣପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଥିବା ଚିନ୍ମୟୀ ଭୁୟାଁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ହାଟଡିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ଏବଂ ପୁର୍ବତନ ସମିତିସଭ୍ୟା ନିରୁପମା ରାଉତ । ଆଜି ତାଙ୍କୁ ତାଙ୍କ ଭୁବନେଶ୍ୱର ବାସଭବନରେ ଭେଟି ତାଙ୍କର ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହିତ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରି ତାଙ୍କର ଉତ୍ତୋରତର ଉନ୍ନତି କାମନା କରିଛନ୍ତି । କାନାଡାରେ ଅନୁଷ୍ଠିତ ୱାର୍ଲ୍ଡ ପୋଲିସ ଏଣ୍ଡ ଫାୟାର ଗେମସ ରେ ୨୦ଟି ଭିନ୍ନ ଭିନ୍ନ ଦେଶର ଶ୍ରେଷ୍ଠ ପ୍ରତିଯୋଗୀମାନେ ଯୋଗଦେଇଥିଲେ । ଏହି ପ୍ରତିଯୋଗୀତାରେ ଚିନ୍ମୟୀ ଦୁଇଟି ସ୍ୱର୍ଣ୍ଣପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଦେଇଥିଲେ । ଯେଉଁଥିପାଇଁ କି ସବୁ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ