କ୍ରୀଡାମହୋତ୍ସବ ଉଦଘାଟିତ
(ଯୁଗାବ୍ଦ ନ୍ୟୁଜ )ଭାରତ ସରକାର ଙ୍କ ଯୁବବ୍ୟାପାର ଓ କ୍ରୀଡାମନ୍ତ୍ରାଳୟ ପକ୍ଷରୁ ଜିଲ୍ଲା ନେହୁରୁ ଯୁବା କେନ୍ଦ୍ର ତରଫରୁ ଏକ ବ୍ଲକ ସ୍ତରୀୟ କ୍ରୀଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କ୍ଷେତ୍ରୀୟବରପୁର ଖେଳ ପଡିଆ ରେ ନାରାୟଣୀ ଯୁବା ସେବା ସଂଘ ତରଫରୁ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୭ଟି ଇଭେଣ୍ଟହୋଇଥିଲା ଓ ୧୧ ଟି ଗ୍ରାମରୁ ୧୫୦ ଜଣ ରୁ ଉଦ୍ଧ୍ୱର୍ କ୍ରୀଡା ପ୍ରେମୀ ଅଂଶ ଗ୍ରହଣ କରିଥିଲେ । ନିର୍ଦ୍ଧେଶନା ପାଇଁ ୫ଜଣ କ୍ରୀଡା ଶିକ୍ଷକ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ସମୂର୍ଣ୍ଣ କରାଯାଇଥିଲା ।


