କ୍ରୀଡାର ବିକାଶ ପାଇଁ ପାରାଦୀପ ମୁନିସିପାଲିଟି ହାଇସ୍କୁଲକୁ ରାଜ୍ୟ ସରକାରଙ୍କ ୨୦ଲକ୍ଷ ଟଙ୍କା ଅନୁଦାନ

ପାରାଦୀପ, (ପୀତବାସ ପ୍ରଧାନ):ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟରେ ବିଦ୍ୟାଳୟ ସ୍ତରରେ ଛାତ୍ରଛତ୍ରୀ ମାନଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟ ପରିସରରେ କ୍ରୀଡାର ଭିତିଭୂମିର ଉନ୍ନତି କରାଯାଉଛି । ଏହି ପରିପ୍ରେକ୍ଷିରେ ପାରାଦୀପ ମୁନିସିପାଲିଟି ହାଇସ୍କୁଲକୁ ଖେଳର ଆନୁସଙ୍ଗିକ ବିକାଶ ପାଇଁ ରାଜ୍ୟ ସରକାର ୨୦ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ସମ୍ପ୍ରତି ମୁନିସିପାଲିଟି ହାଇସ୍କୁଲ ପରିସରରେ ପୌରପାଳିକା ତତ୍ୱାବଧାନରେ ବ୍ୟାଡମିଂଟନ, ଭଲିବଲ, ଖୋକୋ, ଲଙ୍ଗଜମ୍ପ, ହାଇଜମ୍ପ, ସ୍ୱତନ୍ତ୍ର ପୋଷାକ ବଦଳ ଗୃହ, ଜଗିଙ୍ଗ୍ ଟ୍ରାକ ଇତ୍ୟାଦିର ବିକାଶ ନିର୍ମାଣ କାର୍ଯ୍ୟ ଜାରୀ ରହିଛି । ଏହି କାର୍ଯ୍ୟ ଅଳ୍ପ ଦିନ ମଧ୍ୟରେ ଶେଷ ହେବା ପରେ ଛାତ୍ରଛାତ୍ରୀ ମାନେ ଏହି ଖେଳପଡିଆକୁ ବ୍ୟବହାର କରିପାରିବେ ବୋଲି ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ