କ୍ରୀଡା ପ୍ରଶିକ୍ଷଣ ନେଇ ସୌରଭଙ୍କ ନିବେଦନ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ଗ୍ରାମର ଯୁବ ଧାବକ ସୌରଭ ସେଠୀ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରଶିକ୍ଷଣ ପାଇବା ନିମନ୍ତେ ରାଜ୍ୟ ସରକାରଙ୍କୁ ସାଂସଦ, ବିଧାୟକ, ଜିଲାପାଳ, ୧୫ଂ. ଜୋନ୍ ଜିଲା ପରିଷଦ ସଭ୍ୟା ଓ ସରପଞ୍ଚଙ୍କ ଜରିଆରେ ନିବେଦନ କରିଛନ୍ତି । ପ୍ରକାଶ ଯେ, ଗତ ଫେବୃଆରୀ ୧୯ ତାରିଖରେ ବନ୍ତ ଗ୍ରାମର ଯୁବ ଧାବକ ସୌରଭ ସେଠୀ ବନ୍ତରୁ ପୁରୀ ଦୀର୍ଘ ୨୨୦ କିମି ରାସ୍ତାକୁ ମାତ୍ର ୨୬ ଘଣ୍ଟାରେ ଅତିକ୍ରମ କରି ଭଦ୍ରକ ଜିଲା ସମେତ ରାଜ୍ୟରେ ସୁନାମ ଅର୍ଜ୍ଜନ କରିପାରିଥିଲେ । ଏଥିପୂର୍ବରୁ ସେ ୬୫ କିମି ଦୂର ଘଟଗାଁକୁ ଦୌଡି ନିଜର ପରାକାଷ୍ଠା ଦେଖାଇଥିଲେ । ଏବେ ସେ ରାଜ୍ୟ ଓ ଜାତୀୟ ସ୍ତରରେ ଜଣେ ଭଲ କ୍ରୀଡାବିତ୍ ହେବାର ଲକ୍ଷ୍ୟ ରଖିଛନ୍ତି । ଏନେଇ ରାଜ୍ୟ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଆବଶ୍ୟକୀୟ କ୍ରୀଡା ପ୍ରଶିକ୍ଷଣ ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି ।


