କ୍ରୀଡା ମନ୍ତ୍ରୀ ଙ୍କ ଦ୍ୱାରା ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ତୋରଣ ଉଦଘାଟିତ
ନିମାପଡା, (ସନ୍ତୋଷ ଦାଶ):ଆଜି ଅଗଷ୍ଟ ୯ ତାରିଖ l ସାରାଦେଶ ରେ ପାଳିତ ହେଉଛି ଅଗଷ୍ଟ କ୍ରାନ୍ତି ଦିବସ l ଏହି ଅବସର ରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କୁହୁଡି ଗ୍ରାମ ରେ ଥିବା ଐତିହାସିକ ଲବଣ ସତ୍ୟାଗ୍ରହ ସ୍ମୃତି ପୀଠ କୁ କାକଟପୁର -ଅସ୍ତରଙ୍ଗ ମୁଖ୍ୟ ରାସ୍ତା ରୁ ଯାଇଥିବା ରାସ୍ତା ପ୍ରାରମ୍ଭ ରେ ଆଜି ଏକ ସୁନ୍ଦର ତୋରଣ ଉଦଘାଟିତ ହୋଇଛି l ନବ ନିର୍ମିତ ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ତୋରଣ କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡା, ଯୁବବ୍ୟାପାର ଓ ଆଇ ଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଅlନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି l ଏହି ଉଦଘାଟନ ଉତ୍ସବ ରେ ମନ୍ତ୍ରୀ ଙ୍କ ସହିତ ଜିଲ୍ଲାପରିଷଦ ର ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ସତ୍ୟବ୍ରତ ଲେଙ୍କା,ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦାନ କରିଥିଲେ l ତୋରଣ ଉଦଘାଟନ ପରେ ସମସ୍ତେ ଲବଣ ସତ୍ୟାଗ୍ରହ ପୀଠ କୁ ଯାଇ ସେଠାରେ ଥିବା ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ଙ୍କ ମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l ଅସ୍ତରଙ୍ଗ ବ୍ଲକ କଂଗ୍ରେସ ପକ୍ଷରୁ ବାଉରୀବନ୍ଧୁ ମହାନ୍ତି ମଧ୍ୟ ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସର ରେ ପୀଠ କୁ ଯାଇ ମାଲ୍ୟାର୍ପଣ କରିଥିଲେ l


