କ୍ରୀଡା ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଲକ୍ ଖରିଡା ସ୍ଥିତ ମା କରେଇଶୁଣି ମନ୍ଦିର ପରିସରରେ ହିଞ୍ଜିଳିକାଟୁ ବ୍ଲକ ଶାରୀରିକ ଶିକ୍ଷକ ସଂଘ ତରଫରୁ ରବିବାର ସିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅରୁଣ କୁମାର ସାମନ୍ତଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଏହି ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଅବସରପ୍ରାପ୍ତ ଖେଳ ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଖେଳ ନିରୀକ୍ଷକ ଭାଗିରଥି ସ୍ଵାଇଁ , ଜିଲ୍ଲା ଶାରୀରିକ ଖେଳ ଶିକ୍ଷକ ସଂଘ ସଭାପତି ଦନାର୍ଦନ ସାହୁ, ହିଞ୍ଜିଳି ଶାରୀରିକ ଶିକ୍ଷକ ସଂଘ ର ସଭାପତି ଶବଟକୃଷ୍ଣ ପଣ୍ଡା ଓ ସମ୍ପାଦକ ବିଭୁତି ଭୂଷଣ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ l ଏହି ଅବସରରେ ହିଞ୍ଜିଳିକାଟୁ ବ୍ଲକ ସମେତ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟର ଶାରୀରିକ ଶିକ୍ଷକ ଓ ଶିକ୍ଷୟିତ୍ରୀ, ସହକର୍ମୀ ଓ ସିକିରି ଉଚ୍ଚ ବିଦ୍ୟାଳୟର ବହୁ ପ୍ରାକ୍ତନ ଶିକ୍ଷାର୍ଥୀ ଉପସ୍ଥିତ ରହିଥିଲେ l କ୍ରୀଡା ଶିକ୍ଷକ ଶ୍ରୀ ସାମନ୍ତ ସିକିରି ସ୍ଥିତ ଉଦୟନାଥ ହାଇସ୍କୁଲରେ ଦୀର୍ଘ ୩୪ ବର୍ଷ ଖେଳ ଶିକ୍ଷକ ରୂପେ ସୁଚାରୁରୂପେ କାର୍ଯ ସମ୍ପାଦନା କରି ମାର୍ଚ୍ଚ ୩୧ରେ ଅବସର ଗ୍ରହଣ କରିଥିଲେ । ହିଞ୍ଜିଳିକାଟୁ ବ୍ଲକ୍ ଖେଳ ଶିକ୍ଷକ ସଂଘ ପକ୍ଷରୁ ମଧ୍ୟ ମାନପତ୍ର, ଉପହାର ଓ ଉପଢୌକନ ପ୍ରଦାନ ସ୍ଵରୂପ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଶିକ୍ଷକ ନିରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ l ଅନ୍ୟାନ୍ୟ ଉପସ୍ଥିତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଦୁର୍ଗା ମାଧବ ପଣ୍ଡା, ଧୀର ସମୀର ପାଣିଗ୍ରାହୀ,ସମୀର କୁମାର ବେହେରା, ଚିମନ କୁମାର ସାହୁ, ଅମ୍ବିକା ପ୍ରସାଦ ଦାସ, ସୀମାଞ୍ଚଳ ମହାରଣା, ବୈରାଗୀ ଦଲେଇଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ