କ୍ରୁଏଜ୍ କ୍ରିଟିକ୍ ପକ୍ଷରୁ ସିିଡ୍ନୀକୁ ଶ୍ରେଷ୍ଠ ହୋମ୍ପୋର୍ଟ-୨୦୧୯
ସିିଡ୍ନୀ- ପୃଥିବୀର ଶ୍ରେଷ୍ଠ କ୍ରୁଏଜ୍ କ୍ରିଟିକ ପକ୍ଷରୁ ସିଡ୍ନୀକୁ ଶ୍ରେଷ୍ଠ ହୋମ୍ପୋର୍ଟ-୨୦୧୯ ଭାବେ ନାମିତ କରାଯାଇଛି । କ୍ରୁଏଜ୍ କ୍ରିଟିକ୍ ପକ୍ଷରୁ ଏହାର ୪ର୍ଥ ବାର୍ଷିକ ଏୟୁ ଏଡିଟର ପିକ୍ ଆୱାର୍ଡ ପ୍ରଦାନ ଅବସରରେ ଏହି ସ୍ୱୀକୃତି ଦିଆଯାଇଛି । ଏନେଇ ଅଷ୍ଟ୍ରେଲିଆ ପର୍ଯ୍ୟଟନ ମନ୍ତ୍ରୀ ଷ୍ଟାୟୁର୍ଟ ଆୟରେ କୁହନ୍ତି, ସିଡ୍ନୀ ଏହି ସ୍ୱୀକୃତି ପାଇଁ ଉପଯୁକ୍ତ ଥିଲା । ଏହା ପୃଥିବୀର ଶ୍ରେଷ୍ଟ କ୍ରୁଏଜ ଡେଷ୍ଟିନେଶନ ଭାବେ ବିଶେଷ ଖ୍ୟାତି ହାସଲ କରିଛି । ଏହାର ବିକାଶ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଅନ୍ତର୍ଜତୀୟସ୍ତରରେ ପର୍ଯ୍ୟଟକଙ୍କୁ ଏଠାକୁ ଆକର୍ଷିତ କରାଇବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି । ଏହାର ପ୍ରାକୃତି ସୌନ୍ଦର୍ଯ୍ୟ ପୃଥିବୀର ବିଭିନ୍ନ ସ୍ଥାନର ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ଉତ୍ସାହିତ କରୁଛି । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶାନ୍ତ ପରିବେଶ ତଥା ବିଳାରସପୂର୍ଣ୍ଣ ଆରାମଦାୟକ ରହଣୀ ସ୍ଥଳ ପର୍ଯ୍ୟଟକଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ର ପାଲଟିଛି । ୨୦୩୦ ସୁଦ୍ଧା ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ସାମ୍ପ୍ରତିକ ତଥ୍ୟ ଅନୁସାରେ ନ୍ୟୁ ସାଉଥ୍ ୱେଲସ୍ର ୯ଟି ବନ୍ଦରକୁ ୨୦୧୭-୧୮ ଆର୍ଥିକ ବର୍ଷରେ ୩୭୧ କ୍ରୁଏଜ୍ ଆସିଛି । ପ୍ରତି କ୍ରୁଏଜ୍ରେ ୧୦୦ରୁ ଅଧିକ ଯାତ୍ରୀ ରହିଥିଲେ ।