କ୍ରୋଧ ପାଇଁ ଚାଲିଗଲା ଜୀବନ
ଘୁ. ଉଦୟଗିରି ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ ବଚସାକୁ କେନ୍ଦ୍ରକରି ସ୍ତ୍ରୀ କୁ କାଠ ପିଢାରେ ମୁଣ୍ଡକୁ ଆକ୍ରମଣ କରିଛି ସ୍ୱାମୀ ପ୍ରଶାନ୍ତ ନାୟକ । ସ୍ୱାମୀର କାଠ ପିଢା ଆକ୍ରମଣରେ ସ୍ତ୍ରୀ ସୁଦେର୍ଷ୍ଣାଙ୍କର ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିବାରୁ ତାଙ୍କର ପ୍ରାଣହାନୀ ଘଟିଛି । ସୂଚନା ଅନୁଯାୟୀ ଶନିବାର ଦିନ ମଝିଆ ପୁଅର ପୁଅ ନାତିକୁ ଦେଖିବା ପାଇଁ ସ୍ୱାମୀ ପ୍ରଶାନ୍ତ ଓ ସ୍ତ୍ରୀ ସୁଦେର୍ଷ୍ଣା କଥାବାର୍ତ୍ତା କରିଥିଲେ । ପ୍ରଶାନ୍ତ ଅନ୍ୟ କୈାଣସି କାମରେ ବାହାରକୁ ଯାଇଥିଲେ । ସ୍ତ୍ରୀ କୁ ରୋଷେଇ ବାସ କରି ରଖିବାକୁ କହିଥିଲେ । ଏହା ପରେ ସେମାନେ ଦମ୍ପତି ମିଶି ପୁଅ ନାତିକୁ ଦେଖିବାକୁ ଯାଇଥାନ୍ତେ କିନ୍ତୁ ସବୁ ଓଲଟ ପାଲଟ ହୋଇଗଲା । ପ୍ରଶାନ୍ତ କାର୍ଯ୍ୟ ସାରି ଘରେ ପହଞ୍ଚିଥିଲା । ଏହାପରେ ସ୍ତ୍ରୀ କୁ ଖାଇବାକୁ ମାଗିଥିଲା । ସ୍ତ୍ରୀ ଉତ୍ତଦେଇଥିଲେ ଭାତ ହିଁ ରନ୍ଧା ହୋଇଛି । ଏହା ପରେ ସ୍ୱାମୀ ପ୍ରଶାନ୍ତ ଉତକ୍ଷିପ୍ତ ହୋଇ ତାଙ୍କ ସ୍ତ୍ରୀ ସୁଦେର୍ଷ୍ଣା କୁ କାଠ ପିଢା ମାଧ୍ୟମରେ ନିର୍ଘାତ ପିଟିଥିଲେ । ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କର ମୃତ ଘଟିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାରଙ୍ଗଗଡ ଥାନା ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଆକ୍ରମଣ ସମୟରେ ବ୍ୟବହାର ହୋଇଥିବା ପିଢାକୁ ଜବତ କରିବା ସହ ଶବ ବେବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇଛି । ଅଭିଯୁକ୍ତ ପ୍ରଶାନ୍ତ କୁ ପୋଲିସ ଗିରଫ କରିଛି । ସାମନ୍ୟ ଘଟଣାକୁ କେନ୍ଦ୍ରକରି ସ୍ୱାମୀ କ୍ରୋଧାନ୍ୱିତ ହୋଇ ଏଭଳି ହତ୍ୟା ଘଟଣା ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।