କ୍ରୋମା ପକ୍ଷରୁ “ଫେଷ୍ଟିଭାଲ୍ ଅଫ୍ ଡ୍ରିମ୍‌ସ”ର ଶୁଭାରମ୍ଭ, ଇଲେକ୍ଟ୍ରୋନିକ୍ସ ସପିଙ୍ଗ ଉପରେ ଆକର୍ଷଣୀୟ ଉପହାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କ୍ରୋମା ପକ୍ଷରୁ ବାର୍ଷିକ “ଫେଷ୍ଟିଭାଲ୍ ଅଫ୍ ଡ୍ରିମ୍‌ସ”ର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ଇଲେକ୍ଟ୍ରୋନିକ୍ସ ଓ ହୋମ୍ ଆପ୍ଲାଏନ୍‌ସେସ୍‌କୁ ଅପ୍‌ଗ୍ରେଡ୍ କରିବା ଲାଗି ଆକର୍ଷଣୀୟ ସୁଯୋଗ ପାଇପାରିବେ । ଗ୍ରାହକମାନେ ୨୦୨୪ ଅକ୍ଟୋବର ୩ ପର୍ଯ୍ୟନ୍ତ ସମସ୍ତ କ୍ରୋମା ଷ୍ଟୋର ଓ କ୍ରୋମା ୱେବସାଇଟ୍‌ରେ ଅତୁଳନୀୟ ଅଫର ଉପଭୋଗ କରିପାରିବେ । ଗ୍ରାହକମାନେ ୧୦୦ ଟାଟା ମୋଟର୍ସ କାର, ୫୦୦ ହିରୋ ବାଇକ୍‌, ୫୦୦୦ ଟାଇଟାନ୍ ଘଂଟା ଆଦି ଜିତିପାରିବେ । ଗ୍ରାହକମାନେ ୫୦୦ରୁ ଅଧିକ ଷ୍ଟୋର୍‌ରେ ସପିଙ୍ଗ କରି ପ୍ରତି କିଣାକିଣି ଉପରେ ନିଶ୍ଚିତ ମାଗଣାରେ ପୁରସ୍କାର ପାଇପାରିବେ ।ଅତୁଳନୀୟ ରିହାତି ଓ ଅଫର ଜରିଆରେ ଗ୍ରାହକମାନେ ଟିଭି ଓ ହୋମ୍ ଆପ୍ଲାଏନ୍‌ସେସ୍ ଉପରେ ଅସମୀମିତ ୧୦% ତତ୍କାଳ କ୍ୟାସ୍‌ବ୍ୟାକ୍ ଏବଂ ସ୍ମାର୍ଟଫୋନ୍ ଓ ଲାପ୍‌ଟପ୍ ଉପରେ ଅସୀମିତ ୫% କ୍ୟାସ୍‌ବ୍ୟାକ୍ ପାଇପାରିବେ ।କ୍ରୋମା ଇନଫିନିଟି –ରିଟେଲ୍ ଲିମିଟେଡ୍‌ର ଡେପୁଟି ସିଇଓ ଶିବାଶିଷ ରାୟ କହିଛନ୍ତି ଯେ, “ଫେଷ୍ଟିଭାଲ୍ ଅଫ୍ ଡ୍ରିମ୍‌ସ ଅଭିଯାନର ଶୁଭାରମ୍ଭ କରି ଏବଂ ଗ୍ରାହକମାନଙ୍କୁ ଅତୁଳନୀୟ ରିହାତି ଓ କ୍ୟାସବ୍ୟାକ୍ ପ୍ରଦାନ କରି ଏହି ଋତୁର ଉତ୍ସାହ ବଢ଼ାଉଥିବାରୁ ଆମେ ବେଶ୍ ଉତ୍ସାହିତ । ଏଥିରେ ପ୍ରତି କିଣାକିଣି ଉପରେ ନିଶ୍ଚିତ ଉପହାର ସହିତ ଗ୍ରାହକମାନେ କାର୍‌, ବାଇକ୍ ଓ ହାତଘଂଟା ଜିତିପାରିବେ । କିଛି ସ୍ୱତନ୍ତ୍ର ସହିତ ପ୍ରତି ପରିବାରର ଉତ୍ସବ ପାଳନରେ ଉନ୍ନତି ଆଣିବା ଏବଂ ଉତ୍ସବ ସପିଙ୍ଗୁ ସ୍ମରଣୀୟ କରିବା ହେଉଛି ଆମର ଲକ୍ଷ୍ୟ ।”ଏହି ଉତ୍ସବ ଋତୁରେ ଫେଷ୍ଟିଭାଲ୍ ଅଫ୍ ଡ୍ରିମ୍‌ସରେ କ୍ରୋମା ସହ ଯୋଡ଼ି ହୁଅନ୍ତୁ । ଆକର୍ଷଣୀୟ ଡିଲ୍ ପାଇବା ପାଇଁ ନିକଟତମ କ୍ରୋମା ଷ୍ଟୋର୍ କିମ୍ବା ୱେବସାଇଟ୍ ପରିଦର୍ଶନ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ