କ୍ଲବ ପକ୍ଷରୁ ଗ୍ରାମ୍ୟ ସଫେଇ ଓ ଯୁବ ସଚେତନତା କ।ର୍ଯ୍ୟକ୍ରମ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା) – କୋଣାର୍କ ଥାନା ଅଧୀନସ୍ଥ କାଦୁଆ ନୂଆଗାଁ ଗ୍ରାମପଞ୍ଚାୟତ ର ବୋଵୁଆ ଗ୍ରାମ ଠାରେ ସାଧାରଣ ତନ୍ତ୍ର ଦିଵସ ଅବସରରେ ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସହାୟତା ରେ ଆଜାଦ ହିନ୍ଦ ଯୁଵକ ସଂଘ ମିଳିତ ଆନୁକୂଲ୍ୟରେ ଗ୍ରାମ ସଫେଇ ଓ ଯୁଵ ସଚେତନତା କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯୁଵକ ସଂଘ ର ସଭାପତି ଟୁଲୁ ପାତ୍ର ଙ୍କ ନେତୃତ୍ୱରେ ଗ୍ରାମ ର ୫୦ରୁ ଉର୍ଦ୍ଧ୍ବ ଯୁଵକ ଓ ଗ୍ରାମ ର ଵୁଧ୍ଧିଜିଵୀ ମାନଙ୍କୁ ନେଇ ଗ୍ରାମ ମଠ ଠାରୁ ଗ୍ରାମ ର ଶେଷ ସୀମା ରେ ଥିବା ଜଂଗଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବ କୁ ସଫେଇ କରିଥିଲେ । ଏହି ପରିପ୍ରେକ୍ଷୀରେ ଯୁଵକ ମାନଙ୍କ ମଧ୍ୟରେ ଗ୍ରାମ ରେ ଵିକାଶ ମୂଳକ କ।ର୍ଯ୍ୟକ୍ରମ କୁ ଆଗେଇ ନେବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କ।ର୍ଯ୍ୟକ୍ରମ କୁ ଯୁବକ ସଂଘ ର ସଂପାଦକ ଵାଵୁରାମ ସାହୁ, କୋଷାଧ୍ୟକ୍ଷ ବାପିନ ସ୍ଵାଇଁ, ଦିଲ୍ଲୀପ ପାଇଟାଳ, ସୁଦର୍ଶନ ସାହୁ, ପ୍ରଶାନ୍ତ ପାତ୍ର, ସୁଦାମ ପାତ୍ର, ଶିଵରାମ ପାତ୍ର, ଗୌତମ ପାତ୍ର ଓ ନିରଂଜନ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ