କ୍ଲବ ବୁଲ୍ବୁଲ୍ମାନଙ୍କର ଗ୍ରୀଷ୍ମକାଳୀନ ଉତ୍ସବ ଉଦ୍ଘାଟିତ
.ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ଅପ୍ରିଲ ୪ଠାରୁ ତାଅପ୍ରିଲ ୨୦ତାରିଖ ପର୍ଯ୍ୟନ୍ତ ରାଜ୍ୟ ମୁଖ୍ୟାଳୟ ପରିସରରେ ଏକ ଗ୍ରୀଷ୍ମକାଳୀନ କ୍ଲବ୍ ବୁଲ୍ବୁଲ୍ ଉତ୍ସବ ଆୟୋଜିତ ହୋଇଅଛି । ରାଜ୍ୟର ୯ଟି ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟରୁ ୪୧୫ ଜଣ କବ୍ ସ୍କାଉଟ, ବୁଲ୍ବୁଲ୍ ଗାଇଡ୍ ସେମାନଙ୍କର ୟୁନିଟ୍ ଲିଡରମାନଙ୍କ ତତ୍ୱାବଧାନରେ ଉକ୍ତ ଉତ୍ସବରେ ଯୋଗଦାନ କରିଥିଲେ । ଅପରାହ୍ନ ୪.୩୦ ସମୟରେ ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ର ମୁଖ୍ୟ ଅତିଥିଭାବେ ଉକ୍ତ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଗ୍ରୀଷ୍ମକାଳୀନ ଉତ୍ସବରେ କବ୍ ବୁଲ୍ବୁଲ୍ମାନଙ୍କର ଉତ୍ସାହର ସହ ଯୋଗଦାନକୁ ଦେଖି ଡଃ ମିଶ୍ର ତାଙ୍କ ଉଦ୍ଘାଟନୀ ଭାଷଣରେ ସେମାନଙ୍କର ଉଚ୍ଚ ପ୍ରଶଂସା କରିବା ସହିତ ଏହି ଉତ୍ସବ ଭବିଷ୍ୟତରେ ସେମାନଙ୍କର ମାନସିକ ବିକାଶ ଦିଗରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । ପିଲାମାନଙ୍କର ଆମୋଦ ପ୍ରମୋଦ ପାଇଁ ବିଭିନ୍ନ ପ୍ରକାରର ଦୁଃସାହାସିକ ଖେଳ ସହ, ରେନ୍ ଡ୍ୟାନ୍ସ, ମୁଖା ତିଆରି, ହସ୍ତକର୍ମ ଏବଂ ଗହଣା ତିଆରି ଶିକ୍ଷା, ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ, ମିନାବଜାର, କୌତୁକ ପୋଷାକ ପ୍ରତିଯୋଗିତା ଆଦି ବିଭିନ୍ନ କାର୍ଯ୍ୟକ୍ରମ ରଖାଯାଇଛି । ସମ୍ମାନୀତ ଅତିଥିଭାବେ ରାଜ୍ୟ ସମ୍ପାଦକ ଶ୍ରୀ ରାମମୂର୍ତ୍ତି ଦୋରା ଏବଂ ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ମଧ୍ୟ ଅନୁରୂପ ଭାବେ କବ୍ ବୁଲ୍ବୁଲ୍ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ଉତ୍ସବର ସଫଳତା କାମନା କରିଥିଲେ । ଏହି ଉତ୍ସବର ଉଦ୍ଯାପନୀ ଉତ୍ସବ ୨୯ତାରିଖରେ ଉଦ୍ଯାପିତ ହେବ ।