କ୍ଲଷ୍ଟରସ୍ତରୀୟ ତାଲିମ ଶିବର ଉଦଯାପିତ

ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ପିଏନୟୁଏ କଲେଜ ପରିସରରେ ଯୁବ ରେଡକ୍ରସ ପକ୍ଷରୁ ଅନୁଷ୍ଠିତ କ୍ଲଷ୍ଟର ସ୍ତରୀୟ ୩ ଦିନିଆ ତାଲିମ ଶିବିର ରବିବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ, ସମୟରେ କେଉଁ ଭଳି ମୁକାବିଲା କରାଯାଇପାରିବ ସେ ସଂପର୍କରେ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଯୁବ ରେଡକ୍ରସ କାଉନସିଲର ମନୋରଞ୍ଜନ ମହାରଣା ଯୋଗ ଦେଇ ରକ୍ତଦାନ ମହତ୍ ଦାନ ବୋଲି କହିଥିଲେ । କଲେଜର ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନରେନ୍ଦ୍ରପୁର ମହାବିଦ୍ୟାଳୟର ଯୁବ ରେଡକ୍ରସ କାଉନସିଲର ବିଜୟ କୁମାର ଖଟେଇ ପ୍ରଶିକ୍ଷଣ ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା, ସଡକ ସୁରକ୍ଷା ଉପରେ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ମହିଳା ମହାବିଦ୍ୟାଳୟ, ନରେନ୍ଦ୍ରପୁର ମହାବିଦ୍ୟାଳୟ, ମହାନାଦପୁର ମହାବିଦ୍ୟାଳୟ, ଗଞ୍ଜାମ ମହାବିଦ୍ୟାଳୟ ଏବଂ ପିଏନୟୁଏ କଲେଜର ବହୁ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଯୁବ ରେଡକ୍ରସ କାଉନସିଲିଂ ସୁର୍ଯ୍ୟ ନାରାୟଣ ଡାକୁଆ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଡଃ .ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ