କ୍ଲଷ୍ଟର ସ୍ତରୀୟ ବିଦାୟକାଳଳୀନ ସମ୍ବର୍ଦ୍ଧନା ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଞ୍ଚାୟତର ତରାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ କ୍ଲଷ୍ଟରସ୍ତରୀୟ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତରାପୁର ସାଧନକେନ୍ଦ୍ରର ସଂଯୋଜକ ଶ୍ରୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଚକ୍ରୋଡା ପଞ୍ଚାୟତର ସରପଞ୍ଚ ତନୁଜା ନାୟକ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ବିଭୁରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଗୁଣଗାନ କରିବା ସହ ସେମାନ ଙ୍କ ଅବସର ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରିଥିଲେ । ବୈଠକରେ କେନ୍ଦ୍ରାପଡାର ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ଦାସ ଓ ଅଞ୍ଜନା ସ୍ୱାଇଁ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କ କାର୍ଯ୍ୟଦକ୍ଷତା ଓ ନିଷ୍ଠାପରତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଦାୟ ନେଉଥିବା ୪ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ନିଜ ନିଜ କ୍ଷେତ୍ରରେ ସମୟାନୁବର୍ତ୍ତୀ, ସଚ୍ଚୋଟ, ସତ୍ୟବାଦୀ, ପରୋପକାରୀ ଓ ସର୍ବୋପରି ଛାତ୍ରବତ୍ସଳ ଶିକ୍ଷକ ଥିଲେ ଏବଂ ବ୍ଲକ ସ୍ତରରେ ଜଣେ ଜଣେ ଦକ୍ଷ ଶିକ୍ଷକ,ଶିକ୍ଷିକା ଭାବରେ ସେମାନଙ୍କ ସୁନାମ ଥିଲା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦାୟୀ ଶିକ୍ଷୟିତ୍ରୀ ଜୟନ୍ତୀ ପଣ୍ଡା, ବିଦୁଲତା ନାୟକ, ମନୋରମା ଦାସ ଏବଂ ଶିକ୍ଷକ ରମେଶ ଚନ୍ଦ୍ର ବାରିକଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ନିରୁପମା ଶତପଥୀ, ଶୈଳବାଳା ଦାସ, ସି.ଆର.ସି.ସି. ଅଞ୍ଜନ କୁମାରଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀମାନେ ଯୋଗଦେଇ ଅବସର ନେଉଥିବା ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କ ଅବସରକାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶେଷରେ ଶିକ୍ଷକ ବୀରବର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ