କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସାବ ସୁରଭି କାର୍ଯ୍ୟକ୍ରମ
ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍) : ସୋମବାର ଦିନ ଚଳିତ ବର୍ଷର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସୋବ ସୁରଭି କାର୍ଯ୍ୟକ୍ରମ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏକ୍ତ ଉତ୍ସବରେ ଗ୍ରାମପଂଚାୟତର ସରଂପଚ ସୁରେନ୍ଦ୍ର କୁମାର ଡାକୁଆ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।ସୁରେନ୍ଦ୍ର କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ବୋରି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ,ଖଇରପୁଟ ପଂଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗାୟତ୍ରୀ ମିଶ୍ର, ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଅଧକ୍ଷ ରାଧାକୃଷ୍ଣ ନାୟକ, ପୂର୍ବତନ ସାଧନା କେନ୍ଦ୍ର ସଂଯୋଜକ ବାଳକୃର୍ଷ୍ଣ ସାବତ, ସମାଜସେବୀ ଶ୍ୟାମସୁନ୍ଦର ବିଷୋୟୀ,ପ୍ରମୁଖ ସମ୍ମାନୀତ ଅତିଥି ରୁପେ ଯୋଗଦାନ କରିଥିଲେ ।ଗାଙ୍ଗପୁର କ୍ଲଷ୍ଟରର ସାଧନକେନ୍ଦ୍ର ସଂଯୋଜକ କାର୍ତ୍ତିକେୟ ସେଠୀ, କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବିଦ୍ୟାର୍ଥୀ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ପରିସ୍ପୁଟନ ସକାଶେ ସରକାରଙ୍କ ନିର୍ଦେଶକ୍ରମେ ବିଭିନ୍ନ ପ୍ରତିଯୋଗିତା ଯଥା ବିତର୍କ , ପ୍ରବନ୍ଧ,ସଂଗୀତ,ଚିତ୍ରାଙ୍କନ,ସୁନ୍ଦର ହସ୍ତାକ୍ଷର ଲିଖନ,ମଧ୍ୟାହ୍ନ ଭୋଜନ ସମ୍ବନ୍ଧୀୟ ଚିତ୍ରକଳା,ଶିଳ୍ପକଳା,କୁଇଜ୍,ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଆୟୋଜନ କରାଯାଇଥିଲା ।ବିଭିନ୍ନ ପ୍ରତିଯୋଗିତାର କୃତରୀ ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା ।ଏଥିରେ ବୋରି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସତ୍ୟନାରାୟଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ସହ ଉକ୍ତ କାର୍ଯ୍ୟକ୍ରମକୁ ଆସୁଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମର ସଫଳ ରୂପାୟନ ସହଯୋଗ କରିଥିଲେ ।