କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟସ ପ୍ରତିଯୋଗିତା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଡଗାଁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରତ୍ନାକର ନୋଡାଲ ଉଚ୍ଚ ବିଦ୍ୟାଳୟ କ୍ଲଷ୍ଟରର ସୁରଭି ଏବଂ ଓଡିଶା ମିଲେଟସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ପାବନି କୁମାର ରାଉତ ଓ ବିଶିଷ୍ଟ ଅତିଥି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡଃ. ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଗଣେଶଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜମଧର ଗ୍ରାମପଞ୍ଚାୟତର ସରପଞ୍ଚ ରାଜକିଶୋର ଖୁଣ୍ଟିଆ, ସମିତିସଭ୍ୟ ଦେବାଶିଷ ଦାସ, ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷ ଗଜେନ୍ଦ୍ର ମହାନ୍ତି, ବଡଗାଁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିବାକର ବେହେରା ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅନନ୍ତ କୁମାର ପରିଡାଙ୍କ ଯୋଗଦେଇ ବିଦ୍ୟାଳୟ ପରିସରରେ ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସ ଓ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ଉତ୍ସବର ସଂଯୋଜନା କରିବା ସହ ସୁରଭି ସମ୍ପର୍କରେ ତଥ୍ୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅତିଥିମାନେ ଶିଶୁ ମହୋତ୍ସବ ସୁରଭି ସମ୍ପର୍କରେ ବକ୍ତବ୍ୟ ରଖି ଶିଶୁମାନଙ୍କର ପ୍ରତିଭା ବିକାଶର ଏହା ଏକ ମାର୍ଗ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଶିକ୍ଷକ ଦେବେନ୍ଦ୍ର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ଶ୍ରୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଶିବନାରାୟଣ ମହାନ୍ତି, ଦୁଃଶାସନ ରାଉତ, ରାଜେନ୍ଦ୍ର ସାହୁ, ସୁଧାଂଶୁ ଶେଖର ସାମଲ, ନିହାର ରଞ୍ଜନ ମହାନ୍ତି, ନାରାୟଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁରୀ ଚରଣ ବେହେରା, ମନୋଜ ମହାନ୍ତି, ଶିକ୍ଷୟିତ୍ରୀ ଦିପ୍ତୀବାଳା ମହାନ୍ତି, ରଶ୍ମୀତା ରାଉତ, ତିଳୋତମା ନାୟକ, ସଂଯୁକ୍ତା ଦାସ, ରତ୍ନପ୍ରଭା ସାମଲ, କଳ୍ପନା ସାହୁ, ସାଗରିକା ନାୟକ, ମଧୁସ୍ମିତା ରାଉତ, ଶୁଭଦର୍ଶିନୀ ପଣ୍ଡା, ପ୍ରଦୀପ୍ତା ପ୍ରିୟଦର୍ଶିନୀ ସାହୁ, ସେକ ଫାୟାଜୁଦ୍ଦିନ, ପାର୍ବତୀ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।