କ୍ଲାସ ରୁମରେ ମୋବାଇଲ ମନା

ନୂଆ ମନ୍ତ୍ରୀ ନୂଅ ଚିନ୍ତାଧାର କୁ ନେଇ ରୋଡ ମ୍ୟାପ ପ୍ରସ୍ତୁତ କରୁଥିବା ଗଣଶିକ୍ଷା ମନ୍ତ୍ରୀ ଏବେ ଆକସନ ମୁଡରେ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ଫଳାଫଳ ଆଶାନୁରୂପ ନ ହେବା ଫଳରେ ଛାତ୍ରଛାତ୍ରୀ ମାନେ ସରକାରୀ ସ୍କୁଲ ପ୍ରତି ଆକ୍ରୃଷ୍ଟ ନ ହେବା ଗଣଶିକ୍ଷା ବିଭାଗ କୁ ଏବୋ ଚିନ୍ତା ଘାରିଛି । ତେବେ ଏପରି ପରିସ୍ଥିତି ରେ ଗଞ୍ଜାମ ଜିଲ୍ଲାପାଳ ଜିରୋ ଟଲରାନ୍ସ ଆପଣେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଜିଲ୍ଲା ରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟକୁ ପାଠପଢା ସମୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ମୋବାଇଲ ଫୋନ ବ୍ୟବହାର କରିପାରିବେ ନାହିଁ । ଏହି ନିର୍ଦ୍ଦେଶ ମିଳିବା ପରେ ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜ ଫୋନ କୁ ଟେବୁଲ କିମ୍ବା ଆଲମୀରାରେ ରଖି ଶ୍ରେଣୀ ଗୃହ କୁ ପ୍ରବେଶ କରୁଛନ୍ତି । ଏଭଳି ନିୟମାବଳୀ କୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍ୱାଗତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ