କ୍ଲିନ୍ ଛତ୍ରପୁର କରିବା ଉଦ୍ଦେଶ୍ୟରେ ମାନୋ ୟା ନା ମାନୋ ଆରମ୍ଭ

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନିକ ଅଧିକାରୀ ମାନେ ପରିବେଶ ସୁରକ୍ଷା ଓ ସ୍ୱଚ୍ଛ ରଖିବା ଉଦ୍ଦେଶ୍ୟ କାର୍ଯ୍ୟକରିଆସୁଛନ୍ତି । ଏ ଦିଗରେ ପାଦେ ଆଗକୁ ଆସି ଛତ୍ରପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ୍ ମାସ ସେବା ସଂଘ ପକ୍ଷରୁ ପ୍ଲାଷ୍ଟିକ ଓ ପଲିଥିନ୍ ନା … କ୍ଲିନ୍ ଛତ୍ରପୁର କରିବା ଉଦ୍ଦେଶ୍ୟରେ ଜାତୀୟ ଯୁବ ଦିବସ ଅବସରରେ ସ୍ଥାନୀୟ ଶିବକୁମାର ରିଡିଂରୁମ ପରିସରରେ ସଂଘର ଅଧ୍ୟକ୍ଷ ବନମାଳୀ ନେପାକଙ୍କ ଅଧ୍ୟକ୍ଷତାରେ ମାନୋ ୟା ନା ମାନୋ ଅଫର ଭଳି ସୁନ୍ଦର ଯୋଜନାର ଶୁଭାରମ୍ଭ ହୋଇଛି । ଏହାକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଶୁଭାରମ୍ଭ କରିବାସହ ସଂଘର ଏପରି କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି । ପରିବେଶ ସୁରକ୍ଷା ଓ ସ୍ୱଚ୍ଛ ରଖିବା ନିମନ୍ତେ ନିଜେ ନିଜେ ସଚେତନତା ହେବା ଦରକାର , ଜନସାଧାରଣ ନିଜ କିମ୍ବା ଦୋକନୀ ଘର ଠାରୁ ୫ମିଟର ପର୍ଯ୍ୟନ୍ତ ସଫା ସୁତରା ରଖିବା ନିମନ୍ତେ କୁହାଯାଇଛି । ସମସ୍ତେ ଆଜି ଦିବସରରେ ସଂକଳ୍ପ ନେବା ଦରକାର ବୋଲି ଜିଲ୍ଲାପାଳ କହିଥିଲେ । ମନୋ ୟା ନା ମାନୋ ଅଫର ଯୋଜନା – ପ୍ରତ୍ୟେକ ଲୋକ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଜରି (ପଲି ପ୍ୟାକ) (ଯେଊଁଥିରେ ଏମଆରପି ଲେଖାଥିବ) ଏଣେତେଣେ ନପାକଇ ସଂଗ୍ରହ କରି ରଖନ୍ତୁ । ଖାଲିଜରି କୁ ସ୍ଥାନୀୟ ଠାକୁରାଣୀ ମନ୍ଦିର ଗଳିରେ ଥିବା ୟୁଥ୍ ମାସ ସେବାର କାଉଣ୍ଟରରେ ଦାଖଲ କରି ଏକ ଉପହାର କୂପନ ମାଗଣାରେ ନିଅନ୍ତୁ । ଯାହାର ଲକି ଡ୍ରରେ ଉଠିଲା ସେମାନଙ୍କ ନିମନ୍ତେ ଆକର୍ଷଣୀୟ ଥିବା ଉପହାର ନିଅନ୍ତୁ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏହାଦ୍ୱାରା ଜନସାଧାରଣ ଏଣେ ତେଳେ କିମ୍ବା ଡ୍ରେନ କିମ୍ବା ବାହାରରେ ପକାଇବେ ନି ପରିବେଶ ସ୍ୱଚ୍ଛ ସୁନ୍ଦର ରହିବ ବୋଲି ସଂଘ କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁ, ଆଇଆରଇଏଲ ର ଡିଜିଏମ ଗତିକୃଷ୍ଣ ନାୟକ, ପୂର୍ବତନ ସାଂସଦ ପ୍ରତିନଧୀ ଆୟୁବ ଖାନ୍ , ୟୁଥ୍ ମାସ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାର, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି.ଶ୍ରୀନିବାସ , କେ.ରମେଶ, ତ୍ରିଲୋଚନ ବେହେରା, ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ, ଶ୍ରମିକ ନେତା ପ୍ରଫୁଲ କୁମାର ପଟ୍ଟନାୟକ, ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ, ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢି, ପୂର୍ବତନ ସଭାପତି କେ.ଶିବାରମ ରେଡ୍ଡୀ, ନରହରି ସ୍ୱାଇଁ, ବିଜେଡି ନେତା ଜି.ପାପା ରାଓ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ସଂଜିତ୍ କୁମାର ରାଉଳ, ନାରୀନେତ୍ରୀ ସୂବର୍ଣ୍ଣମାଳା ବିଷୋୟୀଙ୍କ ସମେତ ବହୁ ମନ୍ୟବ୍ୟକ୍ତି ମାନେ ଉପସ୍ଥିତ ରହି ଏହି ଯୋଜନା ଦ୍ୱାରା ସ୍ୱଚ୍ଛ ଛତ୍ରପୁର ଗଢିବାରେ ସହାୟକ ହେବ ବୋଲି କହିଥିଲେ । ଏହିଅବସରରେ ୫୦ଜଣ ଅସହାୟ ମହିଳାଙ୍କୁ ଅତିଥୀ ମାନଙ୍କ ଦ୍ୱାରା ଶୀତବସ୍ତ୍ର ପ୍ରଦାନ କରାଯାଇଛି । ଏହି ଯୋଜନା ଅନୁସାରେ ଉଦଘାଟନ ସ୍ଥଳରେ ତିନିଜଣ ମହିଳା ଖାଲି ଜରି ଉପାହାର ବକ୍ସରେ ପକାଇଥିଲେ । ଏହାପରେ ଅତିଥୀ ମାନଙ୍କ ଦ୍ୱାରା ଉପାହାର କୂପନ ମହିଳା ମାନଙ୍କୁ ପ୍ରଦାନ କରାଯାଇଥିଲ।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ