କ୍ଳଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ
କୁଚିଣ୍ଡା, (ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁନ୍ତରା କ୍ଳଷ୍ଟର ର ସରକାରୀ ପ୍ରାଥମିକ ବିଦ୍ୟାଳୟ କୁସୁମି ଠାରେ କ୍ଳଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ୨୦୨୪-୨୫ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସମୁଦାୟ ୭ଟି ପ୍ରାଥମିକ ବିଦ୍ୟାଳୟରୁ ୫୫ଜଣ ଅଭିଭାବକ ୧୨୦ଜଣ ଛାତ୍ରଛାତ୍ରୀ ଏବଂ ୧୦ ମୈ।ଲିକ ସଂଖ୍ୟା ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମର୍ପିତ ଶିକ୍ଷକ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ସଂକୀର୍ତ୍ତନ କିସାନ,ସମ୍ମାନିତ ଅତିଥି ଭାବେ କୁସୁମି ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ଧୃବ ଚରଣ କିସାନ, ସରକାରୀ ପ୍ରାଥମିକ ବିଦ୍ୟାଳୟର ସଭାପତି ଗୁଲୁବଦନ ମହୋଦୟ କାର୍ଯ୍ୟକ୍ରମ ରେ ଯୋଗଦେଇ ନିପୁଣ ଓଡ଼ିଶା ମେଳାର ଶୋଭା ବର୍ଦ୍ଧନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରକୃତିନୀ ନାଏକ ସଭାପତିତ୍ବ କରିଥିବାବେଳେ ସଭା କାର୍ଯ୍ୟ ପରିଚାଳନା କରିଥିଲେ କ୍ଳଷ୍ଟର ସି ଆର ସି ସି ନରେଶ ବର। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଯଥା ନିରୁପମା ମାଝୀ,ରିତା ହଂସ, ପ୍ରିୟମ୍ବଦା କାଲୋ,ଉଝାସିନୀ ନାଏକ, ପ୍ରଶାନ୍ତ ମାଝୀ, ରମଣୀ ମାଝୀ, ପ୍ରଶାନ୍ତ,ମନ୍ଦିପ ପଟେଲ, ପ୍ରଶାନ୍ତ ନାଏକ,ସନ୍ତୋଷିନୀ କିସାନ ଓ ପ୍ରଭାସିନୀ ଏକ୍କା ପ୍ରମୁଖ ସହଯୋଗ କରିଥିଲେ। ନିପୁଣ ଓଡ଼ିଶା ମେଳାର ଉଦ୍ଦେଶ୍ୟ ଏବଂ ଲକ୍ଷ ବିଷୟରେ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କର ମୈ।ଲିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତା ର ବିକାଶ ପାଇଁ ପ୍ରତି ବିଦ୍ୟାଳୟ କୁ ଏଫ୍ ଏଲ୍ ଏନ୍ ମୋଡେଲ ବିଦ୍ୟାଳୟ ରେ ରୂପାନ୍ତରିତ କଲେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷଣ ଦକ୍ଷତାର ବିକାଶ ହେବ ବୋଲି ସି ଆର ସି ସି ନରେଶ ବର ମନ୍ତବ୍ୟ ଦେଇଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରକୃତିନୀ ନାଏକ ମଞ୍ଚରେ ଉପସ୍ଥିତ ଥିବା ସମସ୍ତ ଅତିଥି ଅଭିଭାବକ ଗାଇଡ ଶିକ୍ଷକ, ସମସ୍ତ ଛାତ୍ରଛାତ୍ରୀ ଏବଂ ଅନୁଷ୍ଠାନ ର ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।