କ୍ଳେଶ ପ୍ରଧାନ ଙ୍କୁ ବିଜେଡି ର ଜିଲ୍ଲା ଉପ ସଭାପତି ଦାୟିତ୍ୱ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ ବିଭିନ୍ନ ପଦ ପଦବୀ ପାଇଁ ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଛି l ଦଳର ମିଡ଼ିଆ ସେଲ ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଦ୍ୱାରା ଜାରୀ କରାଯାଇଥିବା ଏହି ସୂଚୀ ଅନୁଯାୟୀ କନ୍ଧମାଳ ଜିଲ୍ଲାର ବରିଷ୍ଠ ବିଜେଡି ନେତା କ୍ଳେଶ ପ୍ରଧାନଙ୍କୁ ଜିଲ୍ଲାର ଉପ ସଭାପତି ଦାୟିତ୍ୱ ମିଳିଛି l ଶ୍ରୀ ପ୍ରଧାନ ବର୍ତ୍ତମାନ ବିଜେଡିରେ ରହି ସମଗ୍ର କନ୍ଧମାଳ ଜିଲ୍ଲାରେ ଦଳ ପାଇଁ ଅହରହ କାର୍ଯ୍ୟ କରି ଆସୁଛନ୍ତି l ବର୍ତ୍ତମାନ ସେ ଏକ ବଡ଼ ଦାୟିତ୍ୱ ପାଇ ଥିବାରୁ ଆଗାମୀ ଦିନରେ ସମଗ୍ର ଜିଲ୍ଲାରେ ଦଳର ସଂଗଠନକୁ ଆହୁରି ମଜଭୁତ କରିବା ସହ ନବୀନ ବାବୁଙ୍କ ଜନ ହିତକର କାର୍ଯ୍ୟ ଜନ ସାଧାରଣଙ୍କ ନିକଟରେ କିପରି ପହଂଚି ପାରିବ ସେ ନେଇ ଚେଷ୍ଟା ଜାରୀ ରଖିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି l ଏତଦ ବ୍ୟତୀତ ସେ ଏହି ପଦବୀ ପାଇଥିବାରୁ ମୁଖ୍ୟମନ୍ତ୍ରୀ, ଜିଲ୍ଲା ପ୍ରଭାରୀ ତଥା ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଡ଼. ଅଚ୍ୟୁତ ସାମନ୍ତ, ବିଧାୟକ ଓ ଦଳର ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଙ୍କୁ ବିଶେଷ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ