କ୍ଷଣକ ମଧ୍ୟରେ ହାର୍ଟରୋଗୀଙ୍କୁ ସୁସ୍ଥ କରେ ଶୁଖିଲା ଲଙ୍କା

ଶୁଖିଲା ଲଙ୍କା ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଥାଏ। ଏହା ଖାଲି ମସଲା ଭାବେ ବ୍ୟବହାର କରାଯାଏ ତା’ ନୁହେଁ। ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଜଣାଶୁଣା ଆୟୁର୍ବେଦିକ୍ କ୍ରିଷ୍ଟୋଫର୍ କୁହନ୍ତି, ଶୁଖିଲା ଲଙ୍କା ହୃଦ୍‌ରୋଗୀଙ୍କ ପାଇଁ ବହୁ ଲାଭଦାୟକ। ଏକ ଗବେଷଣାରୁ ଜଣାପଡ଼ିଛି, ହାର୍ଟ ରୋଗୀ ଚେତାଶୂନ୍ୟ ହୋଇଗଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଖକୁ ନେବା ଯଦି ଅସମ୍ଭବ ହୋଇପଡ଼େ ତେବେ ଘରୋଇ ଉପାୟରେ ରୋଗୀକୁ ସୁସ୍ଥ କରାଯାଇପାରିବ।
ଜାଣନ୍ତୁ ଏ ସମ୍ପର୍କରେଟ୍ଟ ଏକ ଚାମଚ ଶୁଖିଲା ଲଙ୍କାଗୁଣ୍ଡକୁ ଗୋଟିଏ ଗ୍ଲାସ ପାଣିରେ ଗୋଳାଇ ରୋଗୀକୁ ପିଇବାକୁ ଦେଲେ ଚେତାଶୂନ୍ୟରୁ ସଙ୍ଗେ ସଙ୍ଗେ ଉଠିପଡ଼ନ୍ତି। ଲଙ୍କାଗୁଣ୍ଡର ପାଣିକୁ ଜିଭ ତଳେ କିଛି ବୁନ୍ଦା ପକାଇଲେ ହୃଦୟର ଗତି ବଢ଼ିଥାଏ। ଫଳରେ ଶରୀରରେ ରକ୍ତ ସଂଚାଳନ ସଠିକ୍ ଭାବରେ ହୁଏ। ନିରାପଦ ଦୃଷ୍ଟିରୁ ହାତରେ ଗ୍ଲୋବ୍‌ସ ପିନ୍ଧି ଏପରି କରିବା ବିଧେୟ। ଏତଦ୍‌ବ୍ୟତୀତ ଶୁଖିଲା ଲଙ୍କା ଆଲର୍ଜିରୁ ମଧ୍ୟ ରକ୍ଷା କରିଥାଏ। ପେଟ, ଦାନ୍ତ ରୋଗ ପାଇଁ ଶୁଖିଲା ଲଙ୍କା ବେଶ୍ ଉପାଦେୟ। ମାଇଗ୍ରେନ୍‌, ଆର୍ଥରାଇଟ୍‌ସ ଏବଂ ମେଦବହୁଳତା ମଧ୍ୟ ଦୂର କରେ। ଏଥିରେ ଥିବା କ୍ୟାପ୍‌ସେସିନ୍ ଲିଭର କ୍ୟାନସର ସହ ଲଢ଼ିବାରେ ସହାୟକ ହୋଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ