କ୍ଷତାକ୍ତ ଷଣ୍ଢର ଚିକିତ୍ସା କରାଇଲେ ସରପଞ୍ଚ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋ ଗ୍ରାମରେ ଏକ ବୁଲା ଷଣ୍ଢ କ୍ଷତାକ୍ତ ହୋଇ ବୁଲୁଥିବାବେଳେ ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତ ଏହି ଷଣ୍ଢର ଚିକିତ୍ସା କରାଇ ନିଜର ପଶୁପ୍ରେମର ଉଦାହରଣ ଦେଖାଇଛନ୍ତି । ଗତ କିଛିଦିନ ହେବ ଏକ ବୁଲା ଷଣ୍ଢ ତାର ପାକସ୍ଥଳୀରେ ଗଭୀର କ୍ଷତ ହେବା ସହ ପ୍ରଚୁର ରକ୍ତଶ୍ରାବ ହୋଇ ପୋକ ହୋଇ ଯାଇଥିଲେ । ଷଣ୍ଢଟି ବହୁ କଷ୍ଟପାଇ ଚଲାବୁଲା କରିପାରୁ ନଥିବାବେଳେ ନଖାଇ ନପିଇ ପଡି ରହିଥିଲା । ଗାଁ ବୁଲିବା ବେଳେ ସରପଞ୍ଚଙ୍କର ଏହା ଦୃଷ୍ଟିଗୋଚର ହେବାରୁ ସେ ତତକ୍ଷଣାତ ପଞ୍ଚାୟତର କର୍ମଚାରୀ ନାକଫୋଡି ଜେନା, ଦୁର୍ଯେ୍ୟାଧନ ଜେନାଙ୍କ ସହଯୋଗରେ ଷଣ୍ଢଟିକୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟକୁ ନେଇ ପ୍ରାଣୀଚିକିତ୍ସକ ବିଦ୍ୟାଧର ଦାସଙ୍କ ସହାୟତାରେ ତାର ଚିକିତ୍ସା କରାଇବା ସହ ସମସ୍ତ ଔଷଧପତ୍ର ଓ ଖାଦ୍ୟପେୟର ବ୍ୟବସ୍ଥା କରାଇଛନ୍ତି । ତାଙ୍କର ଏପରି ମାନସିକତାକୁ ସମସ୍ତେ ସାଧୁବାଦ ଜଣାଇଛନ୍ତି ।