କ୍ଷତିକାରକ ନୁହେଁ ଉପବାସ, ଜାଣନ୍ତୁ କ’ଣ ମିଳିଥାଏ ଲାଭ
ପର୍ବପର୍ବାଣୀରେ ଉପବାସ କରାଯାଇଥାଏ । କେହି କେହି କାଷ୍ଠା (ବିନା କିଛି ଖାଦ୍ୟ) ଖାଇ ଉପବାସ କରନ୍ତି ତ ଆଉ କେହି ରୀତିନୀତି ଅନୁଯାୟୀ ଖାଦ୍ୟ ଖାଇ ଉପବାସ କରନ୍ତି । ବହୁତ ଲୋକଙ୍କ ଧାରଣା ରହିଛି ଉପବାସ କଲେ ଦେହ ଖରାପ ହୋଇଥାଏ । ଏଥିପାଇଁ ଘରେ ସାନମାନଙ୍କୁ ଉପବାସ କରିବାକୁ ବାରଣ କରିଥାନ୍ତି । ହେଲେ ଉପବାସ ଦ୍ୱାରା ଶରୀର ଉପରେ କୌଣସି ଖରାପ ପ୍ରଭାବ ପଡ଼ିନଥାଏ । ଏହା ଆମେ ନୁହେଁ ଡାକ୍ତରମାନେ ମଧ୍ୟ ମତ ଦିଅନ୍ତି । ତେବେ ଦୀର୍ଘଦିନ ଧରି ଉପବାସ ଶରୀର ପାଇଁ କ୍ଷତିକାରକ । ବିଜ୍ଞାନ ମତରେ ସପ୍ତାହକୁ ଗୋଟିଏ ଦିନ ଉପବାସ ରହିବା ସ୍ୱାସ୍ଥ୍ୟ ପାଇଁ ହିତକର । ତେବେ ଆସନ୍ତୁ ଜାଣିବା ଉପବାସ କରିବାବେଳେ କେଉଁ ଉପାୟ ଆପଣାଇଲେ ଫାଇଦା ମିଳିଥାଏ ।
ଉପବାସ ସମୟରେ ନଡିଆ ପାଣି ଓ ହରବାଲ ଚା ପିଅନ୍ତୁ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଦେଇଥାଏ । ଏହା ସହ ତରଳ ପଦାର୍ଥ ଇଲେକ୍ଟ୍ରୋଲାଇଟ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
ଉପବାସ ଅନ୍ୟ ଏକ ଲାଭ ହେଉଛି, ଏହା ମାନସିକ ସ୍ତରରେ ଶାନ୍ତି ଦେଇଥାଏ । ଉପବାସ ଦ୍ୱାରା ମନ ସ୍ଥିର ରହିଥାଏ । ଏହା ସହ ପ୍ରତିଦିନ ଭଳି ଅନାବଶ୍ୟକ ଖାଇବାରୁ ମୁକ୍ତି ମିଳିଥାଏ ।
ଫଳ, ଲସି, ଲେମ୍ବୁ ପାଣି ଆଦିକୁ ଉପବାସ ସମୟରେ ନେବା ଦ୍ୱାରା ପାଚନ ତନ୍ତ୍ରକୁ ଅଧିକ କାର୍ଯ୍ୟ କରିବାକୁ ପଡିଥାଏ । ଏହା ଦ୍ୱାରା କୋଷ୍ଠକାଠିନ୍ୟ ଓ ନିର୍ଜଳା ସମସ୍ୟାରୁ ମୁକ୍ତି ମିଳିଥାଏ ।
ଉପବାସ ଯୋଗୁଁ ଲେପଟିନ ହରମୋନ ଅଧିକ ଆକ୍ଟିଭ ହୋଇଥାଏ । ଏହା ଶରୀରରେ ଥାଇରଏଡ ହରମୋନ୍ ବୃଦ୍ଧି କରିଥାଏ ।
ଉପବାସ ଦ୍ୱାରା ଶରୀରରେ ଇନସୁଲିନ କମ ବ୍ୟବହାର ହୋଇଥାଏ । କିଛି ନ ଖାଇବା ଦ୍ୱାରା ଶରୀରରେ ସୁଗାରର ପରିମାଣ କମ୍ ରହିଥାଏ । ଫଳରେ ଇନସୁଲିନ ବ୍ୟବହାର କମ ହୋଇଥାଏ ।
ଉପବାସ ଯୋଗୁଁ ବ୍ଲଡ ଟ୍ରାଇଗ୍ଲିସରାଇଡସ କମିଥାଏ । ଫ୍ୟାଟ ରକ୍ତକଣିଆ ଯୋଗୁଁ ଧମନି ବିକଶିତ ହେବାର ସମସ୍ୟା ହୋଇଥାଏ । ଉପବାସ ଦ୍ୱାରା ଏପରି ହେବାର ଆଶଙ୍କା କମିଯାଇଥାଏ ।
ଉପବାସ ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ସନ୍ତୁଳନରେ ସହାୟକ ହୋଇଥାଏ । ଉପବାସ ଯୋଗୁଁ ପୁରୁଣା ରୋଗ ପ୍ରତିରୋଧକ କୋଷିକା ବାହାରି ଯିବ ସହ ନୂଆ କୋଷିଆ ସୃଷ୍ଟି ହୋଇଥାଏ ।


