କ୍ଷତିଗ୍ରସ୍ତ କୁକୁଡ଼ା ·ଷୀଙ୍କୁ ବାତ୍ୟା ସହାୟତା ଦେବାକୁ ସମାଜବାଦୀ ପାର୍ଟିର ଦାବି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫନି ବାତ୍ୟା କ୍ଷତିଗ୍ରସ୍ତ ସବୁ ବର୍ଗର ·ଷୀମାନଙ୍କ ପାଇଁ ଆଜି ସନ୍ଧ୍ୟାରେ ୧୬ଶହ କୋଟି ଟଙ୍କାର ଇନ୍ପୁଟ୍ ସବ୍ସିଡ଼ି ଘୋଷଣା କରିଛନ୍ତି । କିନ୍ତୁ ଦୁଃଖର କଥା ଏହି ପ୍ୟାକେଜରେ କ୍ଷତିଗ୍ରସ୍ତ କୁକୁଡ଼ା ·ଷୀଙ୍କ ପାଇଁ କୌଣସି ସହାୟତା ରାଜ୍ୟ ସରକାର ଘୋଷଣା କରିନାହାଁନ୍ତି । ରାଜ୍ୟର ହଜାର ହଜାର ବେକାର ଯୁବକ ଯୁବତୀ ଗ୍ରାମାଞ୍ଚଳରେ ନିଜ ନିଜ ଉଦ୍ୟମରେ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରି ଆତ୍ମନିର୍ଭରଶୀଳ ହେବା ସହିତ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଫନି ମହାବାତ୍ୟାରେ ସେମାନଙ୍କର କୁକୁଡ଼ା ଫାର୍ମ ଉଜୁଡ଼ିଯିବା ସହିତ କୁକୁଡ଼ା ସବୁ ମରି ଯାଇଛନ୍ତି । ସେମାନେ ନିଜର ଜୀବନ ଜୀବିକା ପାଇଁ ଆଜି ଯେତେବେଳେ ରାହା ଖୋଜୁଛନ୍ତି ସରକାରୀ ସହାୟତା ପାଇଁ ·ତକ ଭଳି ·ହିଁ ରହିଛନ୍ତି, ସେତିକିବେଳେ ମୁଖ୍ୟମନ୍ତ୍ରୀଙ୍କର ଫନି ସହାୟତା ପ୍ୟାକେଜରେ ସେମାନଙ୍କୁ କ୍ଷତିପୂରଣ ଘୋଷଣା ନ କରାଯିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ମୁଖ୍ୟମନ୍ତ୍ରୀଙ୍କ ଦେଇଥିବା ଏକ ପତ୍ରରେ ଉଲ୍ଲେଖ କରିଛନ୍ତି । ଗ୍ରାମାଞ୍ଚଳରେ କୁକୁଡ଼ା ଫାର୍ମ କରିଥିବା ଜଣେ ଜଣେ ବ୍ୟକ୍ତିଙ୍କର ସର୍ବନିମ୍ନ ୨ ହଜାର କୁକୁଡ଼ା ସମେତ ଫାର୍ମ ଘର ଧୂଳିସାତ ହୋଇଯାଇଛି ଯାହାର କ୍ଷତି ସର୍ବନିମ୍ନ ୭ଲକ୍ଷ ୫୦ ହଜାର ଟଙ୍କାରୁ କମ୍ ହେବ ନାହିଁ । ତେଣୁ ଅବିଳମ୍ବେ କୁକୁଡ଼ା ·ଷୀମାନଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କରିବା ସହିତ ସେମାନଙ୍କର କୁକୁଡ଼ା ଫାର୍ମ ପୁନଃନିର୍ମାଣ ପାଇଁ ଏବଂ କୁକୁଡ଼ା ·ଷ ପାଇଁ ବିନା ସୁଧରେ ବ୍ୟାଙ୍କ ଋଣ ଯୋଗାଇ ଦେବାକୁ ସରକାର ପଦକ୍ଷେପ ନେବାକୁ ବେହେରା ପତ୍ର ମାଧ୍ୟମରେ ଦାବୀ କରିଛନ୍ତି । ଏହାଦ୍ୱାରା ଗ୍ରାମାଞ୍ଚଳର ଅର୍ଥନୀତି ଚଳଚଞ୍ଚଳ ହେବା ସହିତ ବେକାର ଯୁବକ ଯୁବତୀମାନେ ଆତ୍ମନିର୍ଭରଶୀଳ ହୋଇ ତାଙ୍କର ପରିବାର ପ୍ରତିପୋଷଣ କରିପାରିବେ ବୋଲି ଆଶାପ୍ରକାଶ କରିଛନ୍ତି । ରାଜ୍ୟ ସରକାର ସମ୍ବେଦନଶୀଳ ହୋଇ କ୍ଷତିଗ୍ରସ୍ତ କୁକୁଡ଼ା ·ଷୀଙ୍କର ଦାବୀ ପ୍ରତି ଉଚିତ ପଦକ୍ଷେପ ନେବେ ବୋଲି ଆଶାପ୍ରକାଶ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ