କ୍ଷତିଗ୍ରସ୍ତ ଚାଷୀଙ୍କୁ ଅ।ର୍ଥିକ ସହାୟତା ଦିଅ।ଯାଉ ଋଷିକୁଲ୍ୟା ରୟତ ମହାସଭାର ଦାବି
ଛତ୍ରପୁର, (ଓ୍ବାଇଏନ୍ଏସ୍) : କରେ।ନାର ଲକଡାଉନ ପରିସ୍ଥିତି ଯେ।ଗୁଁ ଚାଷୀମାନେ ଧାନ, ପନିପରିବା, ଛତୁ, କିଅ।ଫୁଲ ଓ କଞ୍ଚା ଲଙ୍କା ଅ।ଦି ବିକ୍ରି କରିନପାରି କ୍ଷତିଗ୍ରସ୍ତ ହେଉଛନ୍ତି, ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଯାଇଛି । ଏପରି ପରିସ୍ଥିତି ଇତିହାସରେ କେବେ ହେ।ଇନଥିଲା । ଗଞ୍ଜାମ ଜିଲା ଚାଷୀ ଉତ୍ପାଦିତ କରିଥିବା ଧାନର ଉଚିତ ମୂଲ୍ୟ ନ ପାଇ ଶହ ଶହ କେ।ଟି ଟଙ୍କା କ୍ଷତି ସହିଲେ । ଚଳିତ ବର୍ଷ ଗଞ୍ଜାମ ଜିଲାରେ ୧ ଲକ୍ଷ ୩୪ ହଜାର ଚାଷୀ ଧାନ ବିକିବା ପାଇଁ ପଞ୍ଜିକରଣ କରିଥିଲେ । ସେଥିମଧ୍ୟରୁ ୫୬ ହଜାର ଚାଷୀ ଓ ଭାଗଚାଷୀଙ୍କର ଧାନ କିଣାଗଲା ନାହିଁ । ସେଥିମଧ୍ୟରୁ ୪୬ ହଜାର ଗରିବ ଓ ଭାଗ ଚାଷୀଙ୍କ ୩ ମାସ ଅମଳ ପରେ ବି ଧାନ କିଣା ନଯିବାରୁ ବାଧ୍ୟହେ।ଇ ମଧ୍ୟସ୍ଥି ବେପାରୀମାନଙ୍କୁ ବିକି ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିଲେ । ଗତ ମାର୍ଚ୍ଚ ୨୦ ତାରିଖରେ ଯେ।ଗାଣ, ସମବାୟ ଓ ରାଜସ୍ୱ ବିଭାଗ ସର୍ଭେ କରି ୧୨ ହଜାରରୁ ଅଧିକ ଚାଷୀ ଧାନ ବିକିବା ପାଇଁ ଅଛନ୍ତି ବେ।ଲି ଜିଲାପାଳଙ୍କ ଜରିଅ।ରେ ସରକାରଙ୍କୁ ରିପେ।ର୍ଟ ପ୍ରଦାନ କରିଥିଲେ । ମାର୍ଚ୍ଚ ୨୧ ତାରିଖରେ ଲାପସ୍ ଟେ।କେନ ଗୁଡ଼ିକ ଅ ।ସିବା ସଂଗେ ସଂଗେ ଅନ୍ୟ ଚାଷୀଙ୍କର ଟେ।କେନ ଅ।ସିଲା । ମାତ୍ର କରେ।ନା ଯେ।ଗୁଁ ୨୩ ତାରିଖ ଯାନବାହାନ ଯିବାରେ କଟକଣା ହେ।ଇଗଲା । ମାତ୍ର ଜିଲା ପ୍ରଶାସନ ୨୦୦୦ ଚାଷୀଙ୍କ ଧାନ କିଣିବା ପରେ ୨୭ ତାରିଖ ଠାରୁ ହଠାତ୍ ଧାନ କିଣା ବନ୍ଦ କରିଦେଲେ । ମାତ୍ର ଚାଷୀଙ୍କ ପାଖରେ ଟେ।କେନ ଅଛି ଓ ୫ ଲକ୍ଷ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଥିଲେ ସୁଦ୍ଧା କରେ।ନା ଅ।ଳ ଦେଖାଇ ଧାନ କିଣା ବନ୍ଦ କରିଦେଲେ । ଚାଷୀଙ୍କ ଟେ।କେନ ଥିବା ଯେ ।ଗୁଁ ୧୪ ତାରିଖ ଲକଡାଉନ ପରେ ଧାନ କିଣା ଯିବ ବେ।ଲି ଚାଷୀମାନେ ଅନେଇ ରହିଛନ୍ତି । ମାତ୍ର ପୁଣି ଏପ୍ରିଲ ୩୦ ତାରିଖ ପଯର୍ୟନ୍ତ ଲକଡାଉନ ଘେ।ଷଣା ପରେ ଚାଷୀଙ୍କ ଧାନ ବିକା ହେବ କି ନାହିଁ ବେ।ଲି ଅ।ଶା ଓ ଅ।ଶଙ୍କା । ଅନିଶ୍ଚିତତାରେ ଚାଷୀ ରହିଛନ୍ତି । କେନ୍ଦ୍ର ସରକାର ମଣ୍ଡି ଖେ।ଲି ଚାଷୀଙ୍କ ଅ।ଦାୟ କିଣାଯିବ ବେ।ଲି ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁର୍ଦ୍ଦିନରେ ଚାଷୀଙ୍କ ଧାନ କିଣିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅ।ର୍ଥିକ ସହାୟତା ପ୍ରଦାନ କରିବାକୁ ଋଷିକୁଲ୍ୟା ରୟତ ମହାସଭାର ଉପଦେଷ୍ଟା ରବି ରଥ, ସମ୍ପାଦକ ସୀମାଞ୍ଚଳ ନାହାକ ଜିଲାପାଳ, ଯେ ।ଗାଣ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଲିଖିତ ଅନୁରେ।ଧ କରିଛନ୍ତି ।