କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ପ୍ରଦାନ ନିମନ୍ତେ ଦାବୀ ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ଜୱାଦ ବାତ୍ୟା ପ୍ରଭାବ ଯୋଗୁଁ ଗଂଜାମ ଜିଲ୍ଲାରେ ଲଗାଣ ବର୍ଷା ହୋଇଥିଲ।। ଯାହାଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲ।। ଚାଷୀ ମାନେ ବର୍ଷତମାମ ମୁଣ୍ଡଝାଳ ତୁଣ୍ଡରେ ମାରି ନିଜ ନିଜ ଚାଷ ଜମିରେ କାମ କରି ଅନେଥିଲେ ଭଲ ଫସଲ ପାଇଁ ମାତ୍ର ଦୁଇ ଦୁଇ ଏହି ଅଦିନିଆ ବର୍ଷା ଯୋଗୁଁ ସେମାନଙ୍କ ଫସଲ ନଷ୍ଟ ହୋଇଯାଇଛି । ଚାଷୀ ମାନେ ସେମାନଙ୍କ ପରିବାର ପତିପୋଷଣ କରିବା ସହ ଚାଷ କାର୍ଯ୍ୟ ନିମନ୍ତେ ଆଣିଥିବା ଋଣ କିପରୀ ଝୁଜିବେ ସେଥି ନିମନ୍ତେ ଚିନ୍ତାରେ ପଡିଛନ୍ତି । ବର୍ଷା ଯୋଗୁଁ ପାଚିଲା ଧାନ ନଷ୍ଟ ହେବା ସହ ଆହୁରୀ ଜମିରେ ପାଣି ମଧ୍ୟ ଭରି ରହିଛି । କୃଷି ବିଭାଗର ଅଧିକାରୀ ମାନେ ଠିକ୍ ଭାବେ କ୍ଷେତ ପରିଦର୍ଶନ ନକରି ଅଫିସରେ ବସି ଆକଳନ କରୁଛନ୍ତି ବୋଲ ମଧ୍ୟ ବହୁ ଚାଷୀ ଅଭିଯୋଗ କରିଛନ୍ତି । ଅଦିନିଆ ବର୍ଷା ଯୋଗୁଁ ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତର ବଣବୁଲା ଗ୍ରାମର କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ତୁରନ୍ତ କ୍ଷତି ପୂରଣ ପ୍ରଦାନ ନିମନ୍ତେ ଗ୍ରାମର ଚାଷୀ ମାନେ ଆଜି ଛତ୍ରପୁର ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ଉଦ୍ଦେଶ୍ୟରେ ପୃଥକ ପୃଥକ୍ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ବିଜୁ ଶ୍ରମିକ ସାମ୍ମୁଖ୍ୟରେ ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ବଣବୁଲା ପଲ୍ଲୀ ଗ୍ରାମର ଆର.ସନ୍ତୋଷ ରେଡ୍ଡୀ, ସିଏଚ୍‌. ମନୋଜ ରେଡ୍ଡୀ, ଏନ.କାମରାଜୁ ରେଡ୍ଡୀ, କେ.ଦେବରାଜ ରେଡ୍ଡୀଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ