କ୍ଷତ୍ରିୟବରପୁରବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାସ ହାର ସନ୍ତୋଷଜନକ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ବର୍ଷ ବିଜ୍ଞାନ ଓ କଳାରେ ପରୀକ୍ଷାର୍ଥୀମାନଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହିଛି |କଳାରେ ୩୦୧ ଜଣ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରୁ ୮୫ ଜଣ ପ୍ରଥମ ଶ୍ରେଣୀ ହାସଲ କରିଥିବା ବେଳେ ଦ୍ଵିତୀୟ ଶ୍ରେଣୀ 56 ଏବଂ ତୃତୀୟ ଶ୍ରେଣୀ ୧୪୮ ଜଣ ହାସଲ କରି ସର୍ବମୋଟ ୨୮୯ଜଣ କୃତକାର୍ଯ୍ୟ ହୋଇଛନ୍ତି ଏବଂ ପାସ ହାର ରହିଛି ଶତକଡ଼ା ୯୬ ପ୍ରତିଶତ I କଳାରେ ଅନୁଷ୍ଠାନର ସ୍ମୃତି ମହାରଣା ୪୮୭ ମାର୍କ ରଖି ଅନୁଷ୍ଠାନର ଶୀର୍ଷ ସ୍ଥାନ ହାସଲ କରିଛନ୍ତି |ସେହିପରି ବିଜ୍ଞାନରେ ୮୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭ଜଣ ପ୍ରଥମ ଶ୍ରେଣୀ,୩୦ ଜଣ ତୃତୀୟ ଶ୍ରେଣୀ ଏବଂ ୨୨ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହାସଲ କରି ସର୍ବ ମୋଟ ପାସ ହାର ଶତକଡ଼ା ୭୭.୫ ପ୍ରତିଶତ ରହିଛି |ଏହି ବିଭାଗର ଲିଜ଼ାରାଣୀ ପଣ୍ଡା ୫୧୬ ମାର୍କ ରଖି ଶୀର୍ଷ ସ୍ଥାନ ହାସଲ କରିଛନ୍ତି |ଏଥିପାଇଁ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଅଧ୍ୟାପକ ଅଧ୍ୟାପିକା ଏବଂ ବିଦାୟୀ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଅଭିବାଦନ ଜଣାଇଛନ୍ତି |


