କ୍ଷତ୍ରିୟବରପୁରରେ ଜୋନାଲ୍ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଜୋନାଲ୍ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ମୁଖ୍ୟବକ୍ତା ରୂପେ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବି.ଗୋବିନ୍ଦ ରାଓ, ସମ୍ମାନୀତ ଅତିଥି ଭାବେ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ,ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀ, ଖଇରପୁଟି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଗାଯତ୍ରୀ ମିଶ୍ର,କ୍ଷତ୍ରିୟ ବରପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ପ୍ରମୁଖ ଯୋଗ ଦେଇ କ୍ରୀଡ଼ାର ଊନ୍ନତି ପାଇଁ ନିଜ ନିଜର ମତ ବ୍ୟକ୍ତ କରିବା ସହ ବେଲଗୁଣ୍ଠା, ବୁଗୁଡ଼ା ଏବଂ ଜଗନ୍ନାଥପ୍ରସାଦ ବ୍ଳକ୍ ରୁ ଯୋଗ ଦେଇଥିବା ମହିଳା ଏବଂ ପୁରୁଷ ବର୍ଗର ଫୁଟବଲ୍ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ I ସେହିପରି ଉଦଯାପନୀ ଉତ୍ସବରେ ଗଞ୍ଜାମ ଜିଲ୍ଳା ଶିକ୍ଷା ଅଧିକାରୀ ବିନିତା ସେନାପତି ଏବଂ ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ପବିତ୍ର କୁମାର ସାହୁ ଅତିଥି ରୂପେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ I ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ସନାତନ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ବିକାଶ ସିଂ କ୍ରୀଡ଼ା ପରିଚାଳନା କରିଥିଲେ I ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ ଏବଂ ବୁଗୁଡ଼ା ବ୍ଳକ୍ ରୁ ଯୋଗଦେଇଥିବା ଖେଳାଳୀ ମାନଙ୍କ ମଧ୍ୟରୁ ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ଷୋହଳ ଜନ ଲେଖାଏଁ ଖେଳାଳୀଙ୍କୁ ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟ୍ ପାଇଁ ମନୋନୀତ କରାଯାଇଥିଲା I କାର୍ଯ୍ୟକ୍ରମରେ କ୍ରୀଡା ସମ୍ପାଦକ ଆଶୁତୋଷ ସ୍ୱାଇଁ, ବିଭୂତି ଭୂଷଣ ପ୍ରଧାନ,ବିଶ୍ୱେଶ୍ୱର ଗିରିଙ୍କ ସମେତ କ୍ରୀଡ଼ା ଶିକ୍ଷକ ଦୂର୍ଗା ପ୍ରସାଦ ଶତପଥି, ସିଲୁ ବେହେରା, ନିଶାକର ସ୍ଵାଇଁ ପ୍ରମୁଖ ସହଯୋଗ କରିଥିଲେ I ଶିକ୍ଷକ ଜୟରାମ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ