କ୍ଷତ୍ରିୟବରପୁରରେ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ

(ଯୁଗାବ୍ଦ ନ୍ୟୁଜ )ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଠାରେ ମୋ ଗେହ୍ଲାଝିଅ ସଚେତନତା ରାଲି ଓ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କନ୍ୟରତ୍ନ ଯୋଜନା ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୈାଡ ମୁଖ୍ୟ ଅତିଥି ଓ ଗୋବରା ସ୍ୱାସ୍ଥ୍ୟ କେନ୍ଦ୍ର ର ସୁପରଭାଇଜର ସୁବ୍ରମନ୍ୟୁ ପ୍ରମୁଖ ଅତିଥି ରୂପେ ଯୋଗଦେଇ ସମାଦରେ ଝିଅ ମାନଙ୍କୁ ଅବହେଳିତ ନକରି ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ କନ୍ୟା ଭୃଣହତ୍ୟା କୁ ରୋକିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ବୋଲି ଉପସ୍ଥିତ ଥିବା ପଞ୍ଚାୟତର ସମସ୍ତ ଅଙ୍ଗନବାଡି ଦିଦି,ଆଶା ଦିଦି ଓ ମା ମାନଙ୍କୁ ସଚେତନ କରାଯାଇଥିଲା । ଶିଶୁ ,ମା ମାନଙ୍କୁ ମାନପତ୍ର ଓ ଉପଢୈାକମ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଆୟୋଜନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ