କ୍ଷତ୍ରିୟବରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ବନ୍ଧୁତା ଦିବସ ପାଳିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅସଭିଆନ୍ସ ରେଡ଼ ରିବନ କ୍ଲବ ଏବଂ ଯୁବ ରେଡକ୍ରସ ମିଳିତ ଆନୁକୂଲ୍ୟରେ ବିଶ୍ୱ ବନ୍ଧୁତା ଦିବସ ପାଳିତ ହୋଇଯାଇଛି |ଏଥିରେ ଅଧ୍ୟାକ୍ଷତା କରି ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ପ୍ରତ୍ୟେକ ମନୁଷ୍ୟର ଜୀବନରେ ବନ୍ଧୁର ଆବଶ୍ୟକତା ରହିଛି ବୋଲି କହିଥିଲେ | ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ସଠିକ ବନ୍ଧୁ ବାଛିବାକୁ ପରାମର୍ଶ ଦେଇଥିଲେ | ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଭାଷଣ ଏବଂ ଧନ୍ୟବାଦ ଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ସ୍ନିଗ୍ଧା ରାଣୀ ଗୌଡ଼, ଦିପୁ ଭୂୟାଁ, ରମେଶ ଚନ୍ଦ୍ର ରାଉତ ଏବଂ ସ୍ୱରୂପାରାଣୀ ବିଶ୍ୱାଳ ପ୍ରମୁଖ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ | ଶେଷରେ ଛାତ୍ର ଛାତ୍ରୀ ମନେ ପରସ୍ପର ସହ ବନ୍ଧୁତା ଡୋର ବାନ୍ଧିଥିଲେ |


