କ୍ଷତ୍ରିୟବରପୁର କଲେଜରେ ଜାତୀୟ ଯୁବ ଦିବସ ପାଳିତ

ବେଲଗଣ୍ଠା,(ଯୁଗାବ୍ଦ ନ୍ୟୁଜ୍‌): ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡ ରିବନ୍ କ୍ଲବ, ଯୁବ ରେଡକ୍ରସ, ଏନଏସଏସ ଓ ସ୍କାଉଟ ମିଳିତ ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏଥିରେ ବରିଷ୍ଠ ଅଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ କାର‌୍ୟ୍ୟକ୍ରମରେ ପୂର୍ବତନ ଛାତ୍ର ସଂସଦ ସଭାପତି ଗୋରାଚାନ୍ଦ୍ ସ୍ବାଇଁ, ସ୍ବସ୍ତି ସୁନ୍ଦର ସିୟ, ଭଞ୍ଜନଗର ସମ୍ବାଦ ଜିଲ୍ଲା ପ୍ରତିନିଧି ଜ୍ଞାନଚାନ୍ଦ୍ ଜଗନ୍ନାଥ, ଗୋପାଳକୃଷ୍ଣ ସ୍ବାଇଁ ଅତିଥି ଭାବେ ଯୋଗ ଦେଇ ସ୍ବାମୀ ବିବକୋନନ୍ଦଙ୍କ ଜୀବନୀ ବିଷୟରେ ବକ୍ତ୍ୟବରେ ପ୍ରକାଶ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠି ହୋଇଥିଲା ଓ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ମଞ୍ଚାସୀନ ସମସ୍ତ ଅତିଥିମାନଙ୍କୁ କଲେଜ ତରଫର ସମ୍ମାନିତ କରାଯାଇଥିଲା। ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓ କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରମେଶ ଚନ୍ଦ୍ର ସାହୁ, ଚିନ୍ମୟ ପୋଲେଇ, ଆରତୀ ପାତ୍ର, ଅଜୟ ସାହୁ ପ୍ରମଖ ବକ୍ତ୍ୟବ ଦେଇଥିଲେ। ଛାୟାକାନ୍ତ ମହାପାତ୍ର ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ସନ୍ତୋଷୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ