କ୍ଷତ୍ରିୟବରପୁର କଲେଜ୍ ରେ ଏଡ଼ସ ଆଲୋଚନା ଚକ୍ର

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅସଭିଆନ୍ସ ରେଡ ରିବନ କ୍ଲବ ତରଫରୁ ଏଡ଼ସ ଏବଂ ଟିବି ସମ୍ପର୍କୀୟ ଏକ ଆଲୋଚନା ଅନୁଷ୍ଠିତ ହୋଇ ଯାଇଛି |ଏଥିରେ ସଭାପତିତ୍ୱ କରି ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ବିଭିନ୍ନ ସମୟରେ କକ୍ଷରେ ଏଡ଼ସ ସମ୍ପର୍କୀୟ ଶିକ୍ଷା ଦିଆଯାଉଥିବା ପ୍ରକାଶ କରିଥିଲେ | କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜ଼ିଲ୍ଲା ଏଡ଼ସ ନିୟନ୍ତ୍ରଣ ସମିତିର ମୁଖ୍ୟ ହେମନ୍ତ କୁମାର ଦାଶ ଯୋଗ ଦେଇ ଏଡ଼ସ ଏବଂ ଟିବି ସମ୍ପର୍କୀୟ ବିସ୍ତୃତ ଆଲୋଚନା କରିଥିଲେ |ଏଥିରେ ବାହାଘର ପୂର୍ବରୁ ଏଚ ଆଇ ଭି ପରୀକ୍ଷା କରାଇ ନେବାକୁ ସହମତି ପ୍ରକାଶ ପାଇଥିଲା |ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ସ୍ନିଗ୍ଧା ରାଣୀ ଗୌଡ଼ଙ୍କ ନେତୃତ୍ୱରେ ଏଡ଼ସ ସଚେତନତା ଗୀତ ପରିବେଷିତ ହୋଇଥିଲା | ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଅତିଥି ସ୍ୱାଗତ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମ ଅଧିକାରୀ ଦିପୁ ଭୂୟାଁ ପ୍ରାଧ୍ୟାପକ କପିଳ ସାହୁ, କୁମୁଦ ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |ଏଥିରେ 50 ଜଣ ରେଡ ରିବନ କ୍ଲବ ସଭ୍ୟ ଅଂଶ ଗ୍ରହଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ