କ୍ଷତ୍ରିୟବରପୁର କଲେଜ୍ ରେ ବିଶ୍ୱ ଏଡ଼ସ ଦିବସ ପାଳିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସ, ରେଡ ରିବନ କ୍ଲବ ଏବଂ ଅରୁଣା ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ରୂପେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡ଼ ବାଲୁଙ୍କେଶ୍ୱର ଷଡ଼ଙ୍ଗି ଯୋଗ ଦେଇ ଜ଼ିଲ୍ଲାରେ ଏଡ଼ସ ଆକ୍ରାନ୍ତଙ୍କ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ |ସମ୍ମାନିତ ଅତିଥି ରୂପେ ଅରୁଣା ଅନୁଷ୍ଠାନର ସମ୍ପାଦକ ସୌଦାମିନୀ ରଥ ଯୋଗ ଦେଇ କୈଶୋର ଅବସ୍ଥାରେ ବହୁ ବ୍ୟକ୍ତି ଏଡ଼ସ ଆକ୍ରାନ୍ତ ହେଉଥିବା କଥା କହିଥିଲେ | କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ସଭାପତିତ୍ୱ କରିବା ସହିତ ଯୁବ ରେଡକ୍ରସ ତରଫରୁ ଅନବରତ ପିଲାଙ୍କ ଭିତରେ ଏଡ଼ସ ସଚେତନତା କରାଯାଉଥିବା ପ୍ରକାଶ କରିଥିଲେ | କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ଭିତରେ ଅରୁଣା ଅନୁଷ୍ଠାନର ବିପିନ ମହାନ୍ତି, ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପଦେଷ୍ଟା ଅର୍ଚ୍ଚନା କୁମାରୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ I ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିଲେ |ଅଧ୍ୟାପିକା ସ୍ନିଗ୍ଧା ରାଣୀ ଗଉଡ଼ଙ୍କ ନେତୃତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନ କରାଯାଇ ଥିଲା |ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା |ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ |ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ଦେବେଶ ଚନ୍ଦ୍ର ମହାପାତ୍ର, ସଞ୍ଜୟ ସାହୁ, ଦୀପୁ ଭୂୟାଁ, ସିମାଞ୍ଚଳ ମହାନ୍ତି, ରମେଶ ଚନ୍ଦ୍ର ରାଉତ, ସ୍ୱରୂପା ରାଣୀ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ |


