କ୍ଷତ୍ରିୟବରପୁର କଲେଜ୍ ରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି | ଅନୁଷ୍ଠାନର ଅଧ୍ୟକ୍ଷ ତଥା ଜ଼ିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓ ଏଥିରେ ସଭାପତିତ୍ୱ କରି ଚଳିତ ବର୍ଷର ଅନୁଚିନ୍ତା ଉପରେ ଆଲୋଚନା କରିଥିଲେ | ଯୁବ ରେଡକ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ |ଅନୁଷ୍ଠାନର ଦୁଇଜଣ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଯୁବ ପ୍ରତିଭା ଦିନଦୟାଲ ଜେନା ନିଜର ଅଭିଜ୍ଞତା ବ୍ୟକ୍ତ କରିଥିଲେ | ଯୁବ ରେଡକ୍ରସରେ ଦୁଇ ବର୍ଷ ସେବା ଯୋଗାଇଥିବା ପୂଜା ରାଣୀ ପ୍ରଧାନ ସମେତ ଅନ୍ୟମାନଙ୍କୁ ପ୍ରମାଣ ପତ୍ର ଦିଆଯାଇଥିଲା | ଅଧ୍ୟାପକ ଦିପୁ ଭୂୟାଁ ଧନ୍ୟବାଦ ଦେଇଥିଲେ |


