କ୍ଷତ୍ରିୟବରପୁର ରେ ୫୬୫ ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା
ବେଲଗୁଣ୍ଠା,(ସନ୍ତୋଷ କୁମାର ବିଶୋଇ ): ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ହାର କମି କମି ଯାଉଥିବା ବେଳେ କରୋନା ଆଣ୍ଟିଜେନ୍ ପରୀକ୍ଷାକୁ ପ୍ରଶାସନ ଗୁରୁତ୍ଵ ଦେଇ ଆସୁଛି I ବେଲଗୁଣ୍ଠା ବ୍ଲକ୍ ରେ ୧୮ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ପ୍ରତି ପଞ୍ଚାୟତ କୁ ବୁଲି ପରୀକ୍ଷା ସରିବା ପରେ ପୁଣି ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇ ଯାଇଛି I ପ୍ରଥମ ପର୍ଯ୍ୟାୟରେ କ୍ଷତ୍ରିୟବରପୁର ପଞ୍ଚାୟତରେ ୮୨୭ ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୫୬୫ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ଉଭୟ ପର୍ଯ୍ୟାୟରେ ପଞ୍ଚାୟତରେ ମୋଟ ୧୪୯୨ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି I କ୍ଷତ୍ରିୟବରପୁର ପଞ୍ଚାୟତର ହରିହର ସାହି, କ୍ଷତ୍ରିୟବରପୁର ଏବଂ ରାଇପଡ଼ାରେ ତିନୋଟି ପରୀକ୍ଷା କେନ୍ଦ୍ର ଖୋଲା ଯାଇଥିଲା I ଏହାର ସଂପୂର୍ଣ୍ଣ ତଦାରଖ ଦାୟିତ୍ଵ ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼ ନେଇଥିବା ବେଳେ ବିଡିଓ ଶଶୀ ଭୂଷଣ ମହାପାତ୍ରଙ୍କ ନେତୃତ୍ଵରେ ସ୍ଵାସ୍ଥ୍ୟ ବିଭାଗ ଓ ପ୍ରଶାସନର ୨୧ ଜଣିଆ ଟିମ୍ ପରୀକ୍ଷା କରିବାରେ ସହଯୋଗ କରିଥିଲେ I ବେଲଗୁଣ୍ଠା ବ୍ଲକ୍ ରେ ଜୁଲାଇ ମାସରେ ସମୁଦାୟ ୩୩୯ ଜଣ ସ୍ୱାବ୍ ପରୀକ୍ଷା ପରୀକ୍ଷା ପାଇଁ ଦେଇଥିବା ବେଳେ ୭୭୭ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିବା ବେଳେ ସମୁଦାୟ ୧୧୧୬ ଜଣଙ୍କ ପରୀକ୍ଷା କରାଯାଇଥିଲା I ସେହିପରି ଅଗଷ୍ଟ ମାସରେ ୪୮୪ ଜଣଙ୍କର ସ୍ଵାବ୍ ପରୀକ୍ଷା କରାଯାଇଥିବା ବେଳେ ୧୫୫୪୪ ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା I ଯାହାକି ସମୁଦାୟ ୧୬୦୨୮ ଜଣଙ୍କ ପରୀକ୍ଷା ହୋଇଥିଲା I


