କ୍ଷତ୍ରିୟ ବ୍ରହ୍ମପୁର ଠାରେ ୩୧ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ
ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ଜାତୀୟ ସଡକ ସୁରକ୍ଷା ସପ୍ତାହର ଶେଷ ଦିବସରେ ଗାଙ୍ଗପୁର ଥାନା ,ଆମ ପୋଲିସ ସମିତି,ବେଲଗୁଣ୍ଠା ପ୍ରେସ କ୍ଳବ ବିଭିନ୍ନ ଶୁକ୍ଷାନୁଷ୍ଠାନର ମିଳିତ ଆନୁକୁଲ୍ୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୋଟର ଯାନ ନିୟମକୁ ମାନି ଗାଡି ଚାଳନା କରୁଥିବା ଯାତ୍ରୀ ମାନଙ୍କୁ ଗୋଲାପ ଫୁଲ ଓ ମିଠା ଦେଇ ସୁରକ୍ଷିତ ଯାତ୍ରାକୁ ଅଭିନନ୍ଦନ ଜଣାଉଥିବା ବେଳେ ବିନା ହେଲମେଟରେ ଯାତ୍ରା କରୁଥିବା ଓ ସିଟ ବେଲ୍ଟ ନପିନ୍ଧି ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ କିଭଳି ସଡକ ଦୁର୍ଘଟଣାରେ ସହ ନିରିହ ଜୀବନ ଟଳି ପଡୁଛି ଓ ହେଲମେଟ ପିନ୍ଧି ଯାତ୍ରା କରୁଥିବା ଯାତ୍ରୀ ମାନେ କିପରି ସୁରକ୍ଷିତ ରହିପାରୁଛନ୍ତି ସେ ଉପରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ବୁଝାଇଥିଲେ । ହାଇସ୍କୁଲ ପଡିଆ ଠାରେ ସଡକ ସୁରକ୍ଷା ସପ୍ତାହ ସଚେତନତା ସଭା ଗାଙ୍ଗପୁର ଥାନା ଧିରେଶ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ୍ଥିବା ମୁଖ୍ୟ ଅତିଥିରୁପେ ଭଂଜନଗର ଏସଡିପିଓ ଶୁଭ୍ରାଶୁଂ ଶେଖର ମିଶ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ବେଳେ ମୁଖ୍ୟବକ୍ତା ରୁପେ ମୋଟର ଭେଇକଲ ଇନସପେକ୍ଟର ଏଲ.କେ ପଟ୍ଟନାୟକ , ସ୍ୱତନ୍ତ୍ର ଅତିଥିଭାବେ ଡିଏସପି ସଂଜୟ ମହାପାତ୍ର ,ସମ୍ମାନୀତ ଅତିଥିରୁପେ ମହାବିଦ୍ୟାଳୟର ଅଧକ୍ଷ କୁଞ୍ଜବିହାରୀ ନାୟକ ,ଗାଙ୍ଗପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇଥିବା ବେଳେ ସଡକ ସୁରକ୍ଷା ସଚେତନତା ଉପଲକ୍ଷେ ଗାଡି ଚାଳକ ମାନଙ୍କୁ ସଚେତନତା କରାଇବା ନିମନ୍ତେ ବିଶ୍ୱଭାରତୀ ବିଦ୍ୟାଳୟର ୨ ବିଦ୍ୟାର୍ଥୀ ବାଲୁକା ଶିଲ୍ପି ମାଧ୍ୟମରେ ସଚେତନତା କରାଯାଇଥିବାରୁ ୨ କଳାକାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏଥି ସମେତ କାର୍ଯ୍ୟକ୍ରମରେ ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର , ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ ,କୋଷାଧକ୍ଷ ପ୍ରଭାତ ସାହୁ , ସଭ୍ୟ ବାଳକୃର୍ଷ୍ଣ ପାତ୍ର ତଥା ନିତିଦିନ ପ୍ରବନ୍ଧକ ଦିପକ ପଣ୍ଡା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।



