କ୍ଷତ୍ରୀୟବରପୁରରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି |ଏହାକୁ କ୍ଷତ୍ରୀୟବରପୁର ପଂଚାୟତ ପୂର୍ବତନ ସରପଞ୍ଚ ମହନ୍ତ ରାମକୃଷ୍ଣ ଦାସ ଉଦଘାଟନ କରିଥିବାବେଳେ ସମିତି ସଭ୍ୟ କୁଞ୍ଜ ବିହାରୀ ନାୟକ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥିରୂପେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ |ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, କୁମୁଦ ଚନ୍ଦ୍ର ମହାପାତ୍ର, ଦେଵେଶ ଚନ୍ଦ୍ର ମହାପାତ୍ର, ରୁନିବାଳା ତ୍ରିପାଠୀ, ସ୍ୱରୂପା ରାଣୀ ବିଶ୍ୱାଳ, ଗଙ୍ଗାଧର ରଣା, ମହେଶ୍ୱର ରାଉତ, ପି ଦୀପକ ରାଓ, ସଞ୍ଜୟ ସାହୁ, ଦିପୁ ଭୂୟାଁ, ଭାରତୀ ବିଶ୍ୱାଳ, ସ୍ନିଗ୍ଧା ରାଣୀ ଗୌଡ଼, ରୁପାଲୀ ବିଷୋଇ, ସନ୍ତୋଷୀ ପରିଡା, ପିଙ୍କି ପଲାଇ, ରମେଶ ଚନ୍ଦ୍ର ରାଉତ ପ୍ରମୁଖ ସହଯୋଗ କରିଥିଲେ |କ୍ଷତ୍ରୀୟବରପୁର ଉଚ୍ଚ ବିଦ୍ୟାଳୟ ଖେଳ ଶିକ୍ଷୟିତ୍ରି ପୁଷ୍ପାଞ୍ଜଳି ଦେବୀ, ଖଇରପୁଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଦୁର୍ଗାମାଧବ ଶତପଥି, ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟର ଆଶୁତୋଷ ସ୍ୱାଇଁ ଖେଳ ପରିଚାଳନାରେ ସହଯୋଗ କରଥିଲେ |ଅନୁଷ୍ଠାନର କ୍ରୀଡା ଉପସଭାପତି ସୁଶାନ୍ତ କୁମାର ଲେଙ୍କା ଧନ୍ୟବାଦ ଦେଇଥିଲେ |ଏହି କ୍ରୀଡା ପ୍ରତିଯୋଗିତାରେ ୨୦୦ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ୩୭ଜଣ ପ୍ରତିଯୋଗୀ ସଫଳତା ହାସଲ କରିଥିଲେ |ବାଳିକା ମାନଙ୍କ ମଧ୍ୟରେ ସୁନିତା କୁମାରୀ ଲେଙ୍କା ଏବଂ ବାଳକ ମାନଙ୍କ ମଧ୍ୟରେ ଆଲୋକ ଗୌଡ଼ ଚମ୍ପିଆନ ହୋଇଥିଲେ |ଆନ୍ତର୍ଜାତିକ ସ୍ତରରେ କୃତିତ୍ୱ ହାସଲ କରିଥିବା କାନ୍ହୁ ଚରଣ ବିଶୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ