କ୍ଷମତାକୁ ଆସିଲେ ଉଚ୍ଛେଦ ହେବ ନିତି ଆୟୋଗ: ରାହୁଲ୍

ନୂଆଦିଲ୍ଲୀ(ଏଜେନ୍ସି): ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ନିତି ଆୟୋଗକୁ ଉଚ୍ଛେଦ କରାଯିବ । କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଟ୍ୱିଟ୍ କରି ଏହା କହିଛନ୍ତି । ରାହୁଲ୍ ନିଜ ଟ୍ୱିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ, ନିତି ଆୟୋଗ କୌଣସି ଉଦ୍ଦେଶ୍ୟ ସାଧନ କରୁନାହିଁ । ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରଚାର କାର୍ଯ୍ୟ କରୁଛି ଓ ଭୁଲ୍ ତଥ୍ୟ ପ୍ରଦାନ କରୁଛି । ଆମେ କ୍ଷମତାକୁ ଆସିଲେ ଏହାକୁ ହଟାଇବୁ । ଏହାକୁ ଯୋଜନା କମିଶନରେ ବଦଳାଇବୁ । ଏଥିରେ ବିଶିଷ୍ଟ ଅର୍ଥନୀତିଜ୍ଞ, ବିଶେଷଜ୍ଞଙ୍କୁ ସଦସ୍ୟ ଭାବେ ରଖାଯିବ । ସଦସ୍ୟ ସଂଖ୍ୟା ୧ଠଠରୁ କମ୍ ରହିବ ।
ଉଲ୍ଲେଖଯୋଗ୍ୟ, ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ରାହୁଲ୍ଙ୍କ ‘ନ୍ୟାୟ’ ଯୋଜନା ଉପରେ ମନ୍ତବ୍ୟ ଦେଇ କହିଥିଲେ, ଦେଶର ଅର୍ଥନୀତି ଉପରେ ଏହାର କ’ଣ ପ୍ରଭାବ ପଡ଼ିବ ତାହା ଚିନ୍ତା ନକରି ରାହୁଲ ଏଭଳି ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହା କାର୍ଯ୍ୟକାରୀ ହେଲେ ଦେଶ ୪ ପାଦ ପଛକୁ ଚାଲିଯିବ । ରାଜୀବଙ୍କ ଏହି ମନ୍ତବ୍ୟ ପରେ ରାହୁଲ୍ କ୍ଷମତାକୁ ଆସିଲେ ନିତି ଆୟୋଗ ଉଚ୍ଛେଦ କରାଯିବ ବୋଲି କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ