କ୍ଷୁଦ୍ରତ୍ତମ ରାମ ମନ୍ଦିର ନିର୍ମାଣ କଲେ ଦିିଲ୍ଲୀପ

ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁର ଯୁବ କାଠଶିଳ୍ପୀ ଦିିଲ୍ଲୀପ ମହାରଣା ଏକ କ୍ଷୁଦ୍ରତ୍ତମ ରାମ ମନ୍ଦିର ନିର୍ମାଣ କରିଛନ୍ତି । ଏହି ମନ୍ଦିରଟି ପୁର୍ବଭଳି ଇଣ୍ଡିଆ ବ୍ଳକ ଓ ଏସିଆ ବ୍ଳକ ଅଫ ରେକର୍ଡରେ ସ୍ଥାନ ପାଇବ ବୋଲି ସେ ଆଶା ରଖିଛନ୍ତି । ଏହି ରାମ ମନ୍ଦିର ବିଶ୍ୱର କ୍ଷୁଦ୍ରତ୍ତମ ମନ୍ଦିର ବୋଲି ସେ କହିଛନ୍ତି । ଆସନ୍ତା ରାମ ନବମୀ ପରିପେକ୍ଷିରେ ଦିଲ୍ଲୀପ ଏପରି ୩ ଇଞ୍ଚ ଉଚ୍ଚତା ବିଶିଷ୍ଟ ପ୍ରଭୁ ଶ୍ରୀରାମଙ୍କ ଅବିକଳ ମଡେଲ ପ୍ରସ୍ତୂତ କରିଛନ୍ତି । ମନ୍ଦିରର ନିର୍ମାଣ ପଛରେ ହିନ୍ଦୁମାନଙ୍କ ଭାବବେଗକୁ ସମ୍ମାନ ଜଣାଇ ସେ ରାମନବମୀ ଅବସରରେ ଏଭଳି ମନ୍ଦିର ନିର୍ମାଣ କରିଥିବା ପ୍ରକାଶ କରିଛନ୍ତି । ଏହି ମନ୍ଦିର ନିର୍ମାଣ କରିବା ପାଇଁ ତାଙ୍କୁ ଏକ ସପ୍ତାହରୁ ଅଧିକ ସମୟ ଲାଗିଥିବା ସେ କହିଛନ୍ତି । ଗୁଗୁଲ୍ ମାଧ୍ୟମରେ ସେ ଅଯୋଧ୍ୟା ରାମମନ୍ଦିରର ଢ଼ାଞ୍ଚାକୁ ଅନୁସରଣକ କରି ଏହି ମନ୍ଦିର ପ୍ରସ୍ତୁତ କରିଛନ୍ତି । ରାମ ମନ୍ଦିରର ସମସ୍ତ ୮୪ଟି ଖମ୍ଭ ସମେତ ମୁଖ୍ୟମନ୍ଦିର ବେଢ଼ା ପାଶ୍ୱର୍ ମନ୍ଦିର ୪ଟି ଗମ୍ଭୁଜ ସହ ଅବିକଳ ଯାହା ରାମ ମନ୍ଦିର ତାହାର ଏପରି ମଡେଲ ସେ କରିଛନ୍ତି । ଏଭଳି କଳାକୃତୀ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ସେ ଏହି ମନ୍ଦିରକୁ ନେଇ ଏସିଆ ବ୍ଳକ୍ ଅଫ ରେକର୍ଡ ଏବଂ ଗିନିଜ୍ ବୁକ୍ ଅଫ୍ ରେକର୍ଡ ପାଇଁ ଆବେଦନ କରିଛନ୍ତି । ଯଦି କେବେ ସୁଯୋଗ ମିଳେ ତେବେ ଦିଲ୍ଲୀପ ଏହି ମଡେଲକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉପହାର ରୁପରେ ଦେବାପାଇଁ ଆଶା ରଖିଛନ୍ତି । ଏପରି ମନ୍ଦିର ନିର୍ମାଣରେ ତାଙ୍କ ପିତା ଭଗବାନ ଏବଂ ଭ୍ରାତା ମନୋଜ ସହଯୋଗ ଓ ପ୍ରେରଣା ଯୋଗାଇଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ