କ୍ଷୁଦ୍ର ଚାଷୀଙ୍କ ପାଇଁ ୨୫ ହଜାର କୋଟିର ଘୋଷଣା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୨୦ ଲକ୍ଷ କୋଟି ସହାୟତା ରାଶିର ବିସ୍ତୃତ ସୂଚନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଦିନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫.୯ ଲକ୍ଷ କୋଟିର ଘୋଷଣା କରାଯାଇଥିବା ବେଳେ ଦ୍ବିତୀୟ ଦିନରେ ପ୍ରବାସୀ ଶ୍ରମିକ ଏବଂ କ୍ଷୁଦ୍ର ଚାଷୀଙ୍କ ପାଇଁ ସହାୟତା ରାଶିର ଘୋଷଣା କରାଯାଇଛି । ଏହି ପ୍ରେସ୍‌ମିଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥସଚିବ ଯୋଗ ଦେଇଥିଲେ । ଦ୍ବିତୀୟ ଦିନରେ କ୍ଷୁଦ୍ର ଚାଷୀଙ୍କ ଋଣ ପ୍ରଦାନ ପାଇଁ ୨୫ ହଜାର କୋଟିର ଋଣ ବ୍ୟବସ୍ଥା କରାଯାଇଛି । ପୂର୍ବରୁ କୃଷିଋଣ ନେଇଥିବା କୃଷକ ମାନଙ୍କ ଋଣ ରାଶିକୁ ୩ ମାସ ପାଇଁ ଛାଡ କରି ଦିଆଯାଇଛି । ୩୧ ମେ ପର୍ଯ୍ୟନ୍ତ କୌଣସି ଅତିରିକ୍ତ ସୁଧ ମଧ୍ୟ ପ୍ରଦାନ କରିବାକୁ ପଡିବ ନାହିଁ । ଏହା ଦ୍ବାରା ୪.୨୨ କୋଟି ଚାଷୀ ଉପକୃତ ହେବେ ବୋଲି କୁହାଯାଇଛି । ଏହା ସହିତ କେନ୍ଦ୍ର ସରକାରଙ୍କ ୨୫ ଲକ୍ଷ କିଷାନ କ୍ରେଡିଟ୍‌ କାର୍ଡ ପ୍ରଦାନ କରାଯାଇଥିବା ନେଇ ସୀତାରମଣ ପ୍ରକାଶ କରିଛନ୍ତି । ମାର୍ଚ୍ଚ-ଏପ୍ରିଲ୍‌ ମାସରେ ୬୩ ଲକ୍ଷ ଚାଷୀଙ୍କୁ ୮୬୬୦୦ ଟଙ୍କାର ଋଣ ପ୍ରଦାନର ବ୍ୟବସ୍ଥା କରାଯାଇଛି । ସେହିପରି ନାବାର୍ଡ ପକ୍ଷରୁ ୨୯ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସେହିପରି ରାଜ୍ୟ ସରକାର ମାନଙ୍କ ପାଇଁ ୬୭୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ଅର୍ଥ ଦ୍ବାରା ଚାଷୀ ମାନଙ୍କ ନିକଟରୁ ବିଭିନ୍ନ ଉତ୍ପାଦ କ୍ରୟ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ