କ୍ଷୁଦ୍ର ଜଳସେଚନ ବିଭାଗର କେନାଲ କାମରେ ଅନିୟମିତତା ଅଭିଯୋଗ କଲେ ଗୋଷାଣି ବ୍ଲକ ଅଧ୍ୟକ୍ଷ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ପଞ୍ଚାୟତର ବୋମିକା- ସାଇଲତା ଗ୍ରାମ ପାଇଁ ରହିଥିବା କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ନିର୍ମାଣ ହେଇଥିବା ଏକ କେନାଲ କାମକୁ ବୁଲି ଅନୁଧ୍ୟାନ କରିଛନ୍ତି ଗୋଷାଣି ବ୍ଳକ ଅଧକ୍ଷ ଏନ୍. ବୀରରାଜୁ । କେନାଲର ନିର୍ମାଣ ଶୈଳୀ, ନିର୍ମାଣ ଲାଗି ସିମେଣ୍ଟ ବାଲି, ଗୋଡି ଆଦିର ଭାଗମାପରେ ବ୍ୟାପକ ଅନିୟମିତତା ଲକ୍ଷ୍ୟ କରିଥିବା ପ୍ରକାଶ କରିଛନ୍ତି। ସ୍ଥାନେ ସ୍ଥାନେ ନାଳର ଗଭୀରତା, ଓସାର ଆଦିରେ ସମାନ୍ତର ନାହିଁ । ଏପରି ଭାବେ କାମ ହେଲେ ନାଳରେ ପାଣି ପ୍ରବାହିତ ହେବା କଷ୍ଟକର ହୋଇପଡ଼ିବ। ଏହା ସହ ଚାଷୀଙ୍କ ଜମିକୁ ଜଳସେଚନ ହୋଇପାରିବନାହିଁ. ନିର୍ମାଣ ଶୈଳୀକୁ ସଠିକ୍ ଭାବେ କରିବା ପାଇଁ ସେ ଦାବି କରିଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସରକାରଙ୍କ ଉନ୍ନୟନମୂଳକ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ. ତୁରନ୍ତ ଏହାର ପ୍ରତିକାର କରାଯିବା ପାଇଁ ବିଭାଗୀୟ କର୍ମକର୍ତ୍ତା ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଗୋଷଣୀ ବ୍ଲକ ଅଧକ୍ଷ ଦାବି ଜଣାଇଛନ୍ତି.