କ୍ଷୁଦ୍ର ଜଳସେଚନ ବିଭାଗର ସମୀକ୍ଷା କଲେ ଲାଞ୍ଜିଗଡ଼ ବିଧାୟକ
ଭବାନୀପାଟଣା,(ଓ୍ବାଇଏନ୍ଏସ୍):ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଲାଞ୍ଜିଗଡ଼, ଥୁଆମୂଳ ରାମପୁର ବ୍ଲକ ତଥା ଜୟପାଟଣା ଓ ଭବାନୀପାଟଣା ବ୍ଲକ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି | ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୁଦ୍ର ଜଳସେଚନ ବିଭାଗ ଭବାନୀପାଟଣା ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ, ଉପଖଣ୍ଡ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ | ଏହି ଅବସରରେ ବିଧାୟକଙ୍କ ପ୍ରତିନିଧି ଋତୁରାଜ ମାଝୀ, ଥୁଆମୂଳ ରାମପୁର ବ୍ଲକ ବିଜେଡି ସଭାପତି କପିଳାସ ନାଏକ, ବିଜେଡି ନେତା ଜଗଦୀଶ ବେନିଆଁ,ଟଙ୍କଧର ମାଝୀ, ମନୋହର ହରପାଲ, ଶିବରାମ ପାତ୍ର ପ୍ରମୁଖ ସାମିଲ ହୋଇ ବିଭିନ୍ନ ଜଳସେଚନ ପ୍ରକଳ୍ପ ଉପରେ ଆଲୋଚନାରେ ସାମିଲ ହୋଇଥିଲେ |


