କ୍ଷୁଦ୍ର ଜଳ ସେଚନ ବିଭାଗର ପୁରାତନ କେନାଲ ର ଜବରଦଖଲ ଉଚ୍ଛେଦ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ରାଜାଙ୍କ ଅମଳରୁ ଥିବା କ୍ଷୁଦ୍ର ଜଳ ସେଚନ ବିଭାଗର କେନାଲ ପାଶ୍ୱର୍ରେ ଜବରଦଖଲ ଉଚ୍ଛେଦ ପ୍ରଶାସନ ତରଫରୁ କରାଯାଇଛି । ଦୀର୍ଘ ଦିନ ଧରି ଏହି କେନାଲ ପାଶ୍ୱର୍ରେ କିଛି ଲୋକ ଜବରଦଖଲ କରି ସେଠାରେ ସେମାନେ ବେଆଇନ ଭାବେ ଘରର ବାରଣ୍ଡା, ବାଥରୁମ୍ ଇତ୍ୟାଦି ତିଆରି କରିଥିଲେ । ପୂର୍ବରୁ ଏହା ଜଳସେଚନ ପାଇଁ ବ୍ୟବହାରରେ ଆସୁଥିଲେ ମଧ୍ୟ ବର୍ତ୍ତମାନ ସେହି ସେଠାକାର ଜଳ ଠିକ୍ ଭାବେ ନିସ୍କାଷିତ ହେଉପାରୁ ନଥିଲା । ଏହାର ପୂନଃରୁଦ୍ଧାର ପାଇଁ ଦୀର୍ଘଦିନ ହେବ ଲୋକମାନେ ଦାବି କରି ଆସୁଥିଲେ । ପ୍ରଶାସନର ନିର୍ଦ୍ଧେଶ କ୍ରମେ ଆଜି ଏହି କେନାଲର ପାଶ୍ୱର୍ରୁ ଜବରଦଖର ଉଚ୍ଛେଦ ଆରମ୍ଭ ହେବା ସହ ଏହାର ପୁନଃରୁଦ୍ଧାର କାମ ଆରମ୍ଭ ହେବା ପରି ଏହାର ପୁନଃରୁଦ୍ଧାର କାମ ଆରମ୍ଭ ହୋଇôତବା ପୌର ପରିଷଦର ନିର୍ବାହି ଅଧିକାରୀ ଅଶୋକ କୁମାର ରାଉତ କହିଛନ୍ତି । ଏହି ଉଚ୍ଛେଦ ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଅତ୍ୟୁତାନନ୍ଦ ଜାନୀ ଉପସ୍ଥିତ ଥିବା ବେଳେ ପୋଲିସ ଏସଡିପିଓ ଠାକୁର ପ୍ରସାଦ ପାତ୍ର ଉପସ୍ଥିତ ଥିଲେ । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇôତଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ