କ୍ଷେତମୁଣ୍ଡାଳି ଠାରେ ଏକାଭିମୁଖିତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ବିକାଶ, ସରକାରଙ୍କ ବିଭିନ୍ନ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଗ୍ରାମ ବିକାଶ ତରଫରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ଏକାଭିମୁଖିତା ମେଳା ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ବିକାଶ ଘୁମୁସର ଜିଲ୍ଲା କାର୍ଯ୍ୟାଳୟ ତରଫରୁ ଓ ଗ୍ରାମ ପଞ୍ଚାୟତ ସମନ୍ନୟ ସମିତି କ୍ଷେତମୁଣ୍ତାଳି ପଞ୍ଚାୟତ ର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଜନସାଧାରଣ ଯୋଗଦେଇଥିଲେ I ଗ୍ରାମ ବିକାଶର ମୂଳଲକ୍ଷ୍ୟ- ଜଳ ସୁରକ୍ଷା ଗ୍ରାମ ପଞ୍ଚାୟତ କାର୍ଯ୍ୟକ୍ରମ ଦ୍ବାରା କିପରି ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମରେ ଜଳ ସୁରକ୍ଷିତ ହୋଇ ପାରିବ ଓ ଏହାର ସ୍ଥାୟିତ୍ଵ, ସୁରକ୍ଷା, ଜନସାଧାରଣଙ୍କ ଆର୍ଥିକ ସମୃଦ୍ଧି ଏବଂ ସମାନତା ଓ ସ୍ଥିରତା ବଜାଇ ରହିପାରିବ ,ତା ଉପରେ ଜନ ସାଧାରଣଙ୍କୁ ସଚେତନ କରାଯାଇଥିଲା । ତତ୍ ସହିତ ଅନେକ ସମୟରେ ଗ୍ରାମାଞ୍ଚଳରେ ଲୋକମାନେ ସରକାରୀ ଯୋଜନା ବିଷୟରେ ଜାଣିପାରୁନାହାଁନ୍ତି , ତେଣୁ ସେହି ଯୋଜନା ଗୁଡ଼ିକର କିପରି ଲୋକମାନେ ଲାଭ ଉଠାଇ ପାରିବେ ତାହା ହିଁ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା |ଦୀର୍ଘ ୪୬ ବର୍ଷ ଧରି ଗ୍ରାମ ବିକାଶ ଓ ବିକାଶ ଓଡ଼ିଶା ଓ ଝାଡଖଣ୍ଡ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ସବୁ ଆୟୋଜନ କରି ଲୋକଙ୍କ ପାଖରେ ସରକାରୀ ବାର୍ତ୍ତା ସବୁ ପହଞ୍ଚାଇବା ସହ ଗ୍ରାମ ଗୁଡ଼ିକର ବିକାଶ କରି ଆସୁଛି |ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜଗନ୍ନାଥପ୍ରସାଦ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନ୍ମଥ ନାଥ ମଲ୍ଲିକ, ପଞ୍ଚାୟତ ସମିତି ସଭ୍ୟ ନିଳାଞ୍ଚଳ ଖିଲର , କ୍ଷେତମୁଣ୍ଡଳି ସରପଞ୍ଚ ସବିତା ପ୍ରଧାନ, କନ୍ଧମାଳଲୋକସଭା ସାଂସଦ ପ୍ରତିନିଧି ମହେନ୍ଦ୍ର କୁମାର ପଣ୍ଡା , ସିଡ଼ିପିଓ ଭି .ମଣିମାଳା, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସଞ୍ଜୟ କୁମାର ପ୍ରଧାନ, ବନ ବିଭାଗର ବନାଞ୍ଚଳ ଅଧିକାରୀ ସୁଜାତା ରାଣୀ ପଣ୍ଡା, ସି.ଏଚ.ସି ଜଗନ୍ନାଥ ପ୍ରସାଦ ର ଡଃ. ଗାୟତ୍ରୀ ସେନାପତି, ସାମାଜିକ ସୁରକ୍ଷା ଅଧିକାରିଣୀ ଶୁଶ୍ରୀ ମିଥ୍ଳା ପ୍ରିୟଦର୍ଶନୀ, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରିଣୀ ମୋନାଲୀ ମହାନ୍ତି, କୃଷି ବିଭାଗ, ଉଦ୍ୟାନ ବିଭାଗ ଓ ପଶୁ ସଂପଦ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ଗ୍ରାମବିକାଶ ର ଘୁମୁସର ଜିଲ୍ଲା କାର୍ଯ୍ୟାଳୟ ପରିଚାଳକ ଦେବାଶିଷ ହୋତା,ଗ୍ରାମବିକାଶର ଗ୍ରାମ୍ୟ ସଂଗଠନ ବିଭାଗର ମାଟିକ ମ୍ୟାନେଜର ଜନ୍ମତୁନ୍ ବେଗମ୍, ଗ୍ରାମବିକାଶ ରୁଡ଼ାପଦର ଏଫ. ସି. ଓ ର ଥ୍ମାଟିକ୍ କୋ ଅର୍ଡି ନେଟର ଶ୍ରୀଯୁକ୍ତ ଅରୁଣ କୁମାର ନାୟକ, ଆର.ଏମ.ଏସ.ଜି.ର କୋଅଡିନେଟର ଗୌରି ଶଙ୍କର ନାୟକ , ପି.ଏମ.ଡ଼ି.ସି ଟିସି.ପ୍ରତିକ୍ଷା ବରାଇକ, ମୁସ୍କାନ ଅଗ୍ରୱାଲ , ୱାଟସନ ଟିସି ହରମନ କେରକେଟା,ଡବ୍ଲ୍ୟୁଏସଏସ ଟିସି ତ୍ରିନାଥ ପ୍ରଧାନ, ଏଫ.ଇ ଧର୍ମିତା ନାୟକ, ଏଫ.ଇ ନରେନ୍ଦ୍ର ମାଝି, ସାରଦା କାନ୍ତ ବିଶ୍ବାଳ, ଯନ୍ତ୍ରୀ ଦିବାକାର ପାଇକ, ଏଫ.ଇ ସୁଧାଂଶୁ ସେଖର ରଥ, ଦୁର୍ଯ୍ୟଧନ ବାରିକ, ପର୍ଶୁରାମ ପାଲି ଓ ଅନେକ କର୍ମକର୍ତ୍ତା ଯୋଗଦାନ କରି ଏହି ମେଳାକୁ ସାଫଲ୍ୟ ମଣ୍ଡିତ କରିଥିଲେ I କ୍ଷେତମୁଣ୍ଡଳି ଗ୍ରାମ ପଞ୍ଚାୟତ ସମ୍ମନୟ କମିଟିର ସଭ୍ୟ ଓ ସଭ୍ୟାମାନେ ସଫଳ ଆୟୋଜନରେ ସହଯୋଗ ପ୍ରଦାନ କରି କ୍ଷେତମୁଣ୍ଡଳି ଗ୍ରାମପଞ୍ଚାୟତର ପ୍ରତ୍ୟେକ ଗ୍ରାମ ର ଗ୍ରାମ ବାସୀଙ୍କ ମୌଳିକ ଦାବି ଗୁଡ଼ିକ ଉପସ୍ଥାପନା କରି ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଲିଖିତ ଦାବି ହସ୍ତାନ୍ତର କରି ଥିଲେ I ଶେଷରେ ଗ୍ରାମ ବିକାଶର କର୍ମକର୍ତ୍ତା ରତ୍ନାକର ସାହୁ ଧନ୍ୟବାଦ ଅର୍ପଣ କରି ଏହି ମେଳାକୁ ସମାପ୍ତ କରିଥିଲେ ।