କ୍ଷେତ୍ରସ୍ତରୀୟ ଡିଡିୟୁ- ଜିକେୱାଇ ପରାମର୍ଶ ଓ ତାଲିମ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଓଡ଼ିଶା ଜୀବିକା ମିଶନ ଆନୁକୂଲ୍ୟରେ ଓ ଜିଲ୍ଲା ପ୍ରଶାସନ, ଗଞ୍ଜାମଙ୍କ ନିର୍ଦ୍ଦେଶରେ ହିଞ୍ଜିଳିକାଟୁ ବ୍ଳକରେ ଗତ ୧୫ ତାରିଖରୁ ଆରମ୍ଭ ହୋଇଛି କ୍ଷେତ୍ର ସ୍ତରୀୟ ଡିଡିୟୁ- ଜିକେୱାଇ ପରାମର୍ଶ ଓ ତାଲିମ କାର୍ଯ୍ୟକ୍ରମ। ଗ୍ରାମାଞ୍ଚଳର ୧୮- ୩୫ ବୟସର ବେରୋଜଗାର ଯୁବକ ଓ ଯୁବତୀଙ୍କ ଦକ୍ଷତା ବିକାଶ ଓ କର୍ମ ସଂସ୍ଥାନ ଯୋଗାଇବା ସହିତ ଆତ୍ମ ନିର୍ଭରଶୀଳ ସୁଯୋଗ ସୃଷ୍ଟି ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଏହି ତାଲିମ ପ୍ରଦାନ କାର୍ଯ୍ୟକ୍ରମ କରଯାଇଛି। ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଢ଼ଙ୍ଗୀଙ୍କ ନେତୃତ୍ୱରେ ପଞ୍ଚାୟତ ସମିତିକୁ ମିଶାଇ ୭ଟି କ୍ଷେତ୍ର ସ୍ତରୀୟ ବିଭାଜନ କରଯାଇଛି। ସୋମବାର ରାଳବ ଗ୍ରାମ ପଞ୍ଚାୟତର ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ରଶ୍ମିତା ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ବ୍ଲକ ଜୀବିକା ସଂଯୋଜକ ସଂଗ୍ରାମ କେଶରୀ କର ଓ ଜେଆରଜି ଖୋର୍ଦ୍ଧା ତାଲିମ କେନ୍ଦ୍ରର ପିଆଇଏ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ରାଳବ, ଶାସନ ଆମ୍ବଗାଁ ଓ ପୁଟିଆ ପଦର କ୍ଷେତ୍ରରୁ ୩୭ ଜଣ ଯୁବକ ଓ ଯୁବତୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୯ ଜଣ ଇଲେକ୍ଟ୍ରିକାଲ ଓ ମୋବାଇଲ ରିପେରିଂ ବିଷୟରେ ପରାମର୍ଶ ଓ ତାଲିମ ପ୍ରଦାନ କରାଯିବା ପାଇଁ ସୂଚାଇ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଅନ୍ୟାନ୍ୟ କ୍ଷେତ୍ର ସ୍ତରୀୟ କାର୍ଯ୍ୟକ୍ରମ ଗୁଡ଼ିକରୁ ଏହି ୨ ବିଷୟରୁ ୧୫୪ଜଣ ଯୁବତୀ ଓ ଯୁବକଙ୍କୁ ସୁଚିତ କରଯାଇଛି। ତାଲିମ୍ କେନ୍ଦ୍ରର ପିଆଇଏ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁଙ୍ଖାନୁପୁଙ୍ଖ ତଥ୍ୟ ପ୍ରଦାନ ସହ ପରାମର୍ଶ ଦେଉଛନ୍ତି। ବ୍ଲକ ପ୍ରକଳ୍ପ ପରିଚାଳକ(ଓଡ଼ିଶା ଜୀବିକା ମିଶନ) କଳ୍ପତରୁ ବେହେରା ଓ ହିସାବ ରକ୍ଷକ ସି. ଏଚ ରବୀନ୍ଦ୍ର ପାତ୍ରଙ୍କ ସମେତ ସରପଞ୍ଚ, ସଭ୍ୟ ଓ ସଭ୍ୟା, ଜିପିଏଲ୍ଏଫ୍ ସଭାପତି, ସମ୍ପାଦକ, ଏମବିକେ ଓ ସିଆରପିସିଏମ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।