କ୍ଷେତ୍ରୟବରପୁର ସ୍ନାତକ ମହାବିଦ୍ୟାଳୟର ଗଣିତ ବିଭାଗର ସ୍ଵାଗତ ସଭା ଓ ଅଭିଭାବକ ସମ୍ମିଳନୀ ‍

ଗାଙ୍ଗପୁର, (ସନ୍ତୋଷ ବିଶୋଇ):କ୍ଷେତ୍ରୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଗଣିତ ବିଜ୍ଞାନ ବିଭାଗ ପକ୍ଷରୁ ଚଳିତବର୍ଷ ନୂତନ ଭାବେ ଯୋଗଦାନ କରିଥିବା ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ଶନିବାର ଦିନ ସ୍ଵାଗତ କରାଯାଇଛି । ଦ୍ବିତୀୟ ଏବଂ ତୃତୀୟ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲ ସଭାପତିତ୍ବ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧ୍ୟାପକ ଅମୂଲ୍ୟ କୁମାର ପଣ୍ଡା, ପ୍ରଦାର୍ଥ ବିଜ୍ଞାନ ଅଧ୍ୟାପକ ଡଃ ଗିରିଧର ନାୟକ,ପ୍ରାଣୀବିଜ୍ଞାନ ବିଭାଗ ଅଧ୍ୟାପକ ରଞ୍ଜତ କୁମାର ଦାସ, ଇଂରାଜୀ ବିଭାଗ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ଏବଂ ବିଶିଷ୍ଟ ଲେଖକ ତଥା ସାହିତ୍ୟିକ ଗୋପାଳ ଚନ୍ଦ୍ର ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ାରେ ଧ୍ୟାନଦେଇ କୃତିତ୍ୱ ହାସଲ କରିବା ସହ ଅନ୍ୟାନ୍ୟ ଦିଗରେ ସକ୍ରୀୟ ଅଂଶ ଗ୍ରହଣ କରି ମହାବିଦ୍ୟାଳୟର ସୁନାମ ଅର୍ଜନ କରିବା ସଙ୍ଗେସଙ୍ଗେ ନିଜକୁ ସମାଜର ଶୃଙ୍ଖଳିତ ନାଗରିକ ଭାବେ ଗଢି ତୋଳିବାକୁ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମକୁ ତୃତୀୟ ବର୍ଷର ଛାତ୍ର କାହ୍ନା ମହାରଣା ସଂଯୋଜନା କରିଥିବା ବେଳେ ବିଭାଗୀୟ ଛାତ୍ରୀ ଅମିଷା ରାଣୀ ଭୂୟାଁ ଓ ଶ୍ରାଵଣୀ ସ୍ଵାଇଁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଶେଷରେ ବର୍ଷା ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଛାତ୍ରଛାତ୍ରୀ ମଧ୍ୟରୁ ବର୍ଷା ବିଷୋୟୀ, ସୋନାଲି ବେହେରା, ବିଷୋୟୀ ରୂପାଲି ଦାମୋଦର, କାମିନୀ ପ୍ରଧାନ,ବବୁଲ ବିଷୋୟୀ, ଫକୀର ନାୟକ, ଶ୍ରୀକାନ୍ତ ପରିଡ଼ା, ଶିବାନନ୍ଦ ବେହେରା,ସୈ।ମ୍ୟ ରଞ୍ଜନ ବେହେରା, ସାଗର ବିଷୋୟୀ ପ୍ରମୁଖ ସମସ୍ତ ପ୍ରକାର ସହଯୋଗ ତଥା ଆୟୋଜନ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ଛାତ୍ର-ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ