କ୍ଷେତ୍ର ପରିଦର୍ଶନ ସହ ଆକାଂକ୍ଷୀ ଜିଲ୍ଲାର ସମୀକ୍ଷା ବୈଠକ

କଳାହାଣ୍ଡି, (ଜନୀକାନ୍ତ ମିଶ୍ର) :-ରିଖରେ ନୀତି ଆୟୋଗ କେନ୍ଦ୍ର ପ୍ରଭାରୀ ଅଧିକାରୀ ଶ୍ରୀ ସଞ୍ଜୀବ କୁମାର କଳାହାଣ୍ଡି ଜିଲ୍ଲା ଗସ୍ତ କରି କ୍ଷେତ୍ର ପରିଦର୍ଶନ ସହ ଆକାଂକ୍ଷୀର ସମିକ୍ଷା ବୈଠକ ର ଅଧକ୍ଷତା କରିଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅପରାହ୍ନ୍ନ ୨.୦୦ ଘ ସମୟରେ ଆୟୋଜିତ ବୈଠକ ରେ ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ୍, ଏ ଡି ଏମ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ପି ଡି , ଡି ଆର୍ ଡି ଏ ଶ୍ରୀ ସୋମେଶ ଉପାଧ୍ୟାୟ, ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ, ଉପ ଜିଲ୍ଲାପାଳ ଧର୍ମଗଡ ଶ୍ରୀ ପାୱାର ସଚିନ ପ୍ରକାଶ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ କେନ୍ଦ୍ର ପ୍ରଭାରୀ ଶ୍ରୀ ସଂଜୀବ କୁମାର କଳାହାଣ୍ଡି ଜିଲ୍ଲାର କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ସ୍କିଲ ଉନ୍ନତିକରଣ, ଭିତ୍ତିଭୂମି ବିକାଶ,କ୍ଷୁଦ୍ର ଜଳସେଚନ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା,ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସହିତ ଅନେକ କେନ୍ଦ୍ରୀୟ ଯୋଜନାରେ କଳାହାଣ୍ଡି ଜିଲ୍ଲାର ଅଗ୍ରଗତି,ସର୍ବ ଭାରତୀୟ ସ୍ତରରେ ରେଙ୍କିଂ,ହାସଲ କରିଥିବା ମାପଦଣ୍ଡ କୁ ସମୀକ୍ଷା କରିଥିଲେ।ବୈଠକରେ ଶ୍ରୀ ସଂଜୀବ କୁମାର ଜିଲ୍ଲା ର ଧାନ ଓ କପା ଉତ୍ପାଦନରେ ଉଚ୍ଚ ଲକ୍ଷ୍ୟ ହାସଲ, ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତିକରଣ, ଜଳ ସେଚନ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶରେ ସନ୍ତୋଷ ପ୍ରକାଶ କରିଥିଲେ।ଏହା ସହିତ କେନ୍ଦ୍ର ପ୍ରଭାରୀ ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟକାରିତା, ସ୍ୱାସ୍ଥ୍ୟ କେନ୍ଦ୍ର, ଗର୍ଭବତୀ ମହିଳା ଓ ଶିଶୁ ସ୍ୱାସ୍ଥ୍ୟ,ଶିଶୁ ଟୀକାକରଣ,ମହିଳା ସାକ୍ଷରତା, ବିଦ୍ୟାଳଗୁଡିକରେ ଶୌଚାଳୟ, ବିଦ୍ୟୁତିକରଣ, ପାଠ୍ୟ ପୁସ୍ତକ ଯୋଗାଣ, ଛାତ୍ର ପ୍ରତି ଶିକ୍ଷକ ଅନୁପାତ, ବ୍ୟାଙ୍କ୍ କୃଷିଋଣ, ଦକ୍ଷତା ବିକାଶ ତାଲିମ, ଲୋକଙ୍କୁ ଇଣ୍ଟରନେଟ୍ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ଜିଲ୍ଲା ର ସ୍ଥିତି କୁ ଅନୁଧ୍ୟାନ କରିଥିଲେ । ସୂଚନା ଯୋଗ୍ୟ ଯେ ସମଗ୍ର ଭାରତ ବର୍ଷ ରେ ୧୧୨ ଟି ପଛୁଆ ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି ଏବଂ ଓଡ଼ିଶା ର ୧୦ ଟି ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲା ଅନ୍ୟତମ। ସମୀକ୍ଷା ବୈଠକ ପୂର୍ବରୁ ନୀତି ଆୟୋଗ ପ୍ରଭାରୀ କ୍ଷେତ୍ର ପରିଦର୍ଶନ ରେ ବୋର୍ଡା ସ୍ବାସ୍ଥ୍ୟ କେନ୍ଦ୍ର, ବୋର୍ ଭଟା ସ୍ଥିତ ନିର୍ମାଣାଧୀନ ହାଇସ୍କୁଲ ରୁପାନ୍ତିକରଣ କାର୍ଯ, କାମଠନାରେ ସ୍ବାସ୍ଥ୍ୟ ମେଳା ଓ ୱେଲନେସ କେନ୍ଦ୍ର,ମାଣିକେଶ୍ଵରୀ ହାଇସ୍କୁଲ ରୁପାନ୍ତିକରଣ , କଲେଜ ଛକ ସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, କେସିଙ୍ଗା ରୋଡ଼ ସ୍ଥିତ ସରକାରୀ ପଲିଟେକନିକ୍ ସ୍କୁଲ୍ ଗସ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ