କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ପ୍ରକଳ୍ପର ସ୍ଥିତି ସମୀକ୍ଷା

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ଡି.ଏମ.ଇ.ଓ. ର ପୂର୍ବତନ ଡାଇରେକ୍ଟର ଜେନେରାଲ ତଥା ବର୍ତ୍ତମାନ ନୀତିଆୟୋଗର ବରିଷ୍ଠ ଗବେଷକ ମି. ଶେଖର ବନୁ ଏବଂ ସାମାଜିକ ବିକାଶ ପରିଷଦର ପୂର୍ବତନ ନିର୍ଦ୍ଦେଶକ ମି. ଅଶୋକ ପଙ୍କଜ ଙ୍କୁ ନେଇ ଗଠିତ ଦୁଇ ଜଣିଆ କେନ୍ଦ୍ରୀୟ ଟିମ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ ଏମଜିଏନଆରଜିଏସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଇତ୍ୟାଦି କେନ୍ଦ୍ରୀୟ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ କ୍ଷେତ୍ର ପରିଦର୍ଶନ କରିଛନ୍ତି.କେନ୍ଦ୍ରୀୟ ଟିମ ବାରିପଦା ବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ବଡ଼ଯୋଡ଼ ଠାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସବାଇ ଘାସ ଓ ବାଉଁଶରୁ ପ୍ରସ୍ତୁତ ବିଭିନ୍ନ ହସ୍ତ ଶିଳ୍ପ ସାମଗ୍ରୀକୁ ଦେଖିଥିଲେ. ସେହିପରି ଅପରାହ୍ନରେ ମହାତ୍ମାଗାନ୍ଧୀ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ହେମ କାନ୍ତ ସୟଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହିତ ଜମି ଉନ୍ନତି ଯୋଜନା କାର୍ଯ୍ୟକାରି କରିବା ସମୟରେ ଉକ୍ତ ଜମିକୁ କିପରି ଜଳସେଚନ କରାଇ ହେବ ସେ ଦିଗରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ. ଏହି ଅବସରରେ ଏମଜିଏନ ଆରଜିଏସର ମଜୁରୀ ବୃଦ୍ଧି ଓ ନିୟମିତ ଭାବେ ଶ୍ରମିକ ମାନଙ୍କ ମଜୁରୀ ପ୍ରଦାନ ନିମନ୍ତେ ଠିକ ସମୟରେ ଏହାର ଅନୁଦାନ ରିଲିଜ କରିବା ସହ ଆବାସ ଯୋଜନାକୁ ବୀମା ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲାପାଳ ଟିମ ସମ୍ମୁଖରେ ପ୍ରସ୍ତାବ ରଖିଥିଲେ. ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଉନ୍ନୟନ ଅଧିକାରୀ ଶାନ୍ତନୁ କୁମାର ନାଏକ, କରଞ୍ଜିଆ ଆରଡବ୍ଲ୍ୟୁଡିର ଏସ.ଇ. ଇଂ. ଅକ୍ଷୟ କୁମାର ନାଏକ, ଓଏଲଏମର ମଧୁସ୍ମିତା ଭୂୟାଁ, ଓରମାସର ଅଭିଷେକ ଦାଶ, ଗ୍ରାମୀଣ ଆବାସ ପ୍ରୋଗ୍ରାମ ମ୍ୟାନେଜର କନ୍ୟାକୁମାରୀ ମିଶ୍ର ଓ ଜିଲ୍ଲା ପରିଷଦର ଏମ.ସି. ଜାଫର ଖାଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ