କ୍ଷେତ୍ର ମୋହନ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ବ୍ରହ୍ମପୁର ସହର ଉପକଣ୍ଠସ୍ଥ ନରେନ୍ଦ୍ର ପୁର କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟରେ ଶୁକ୍ରବାର କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅଧକ୍ଷ ଡକ୍ତର ସୁଶାନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅତିଥିରୁପେ ଗାନ୍ଧୀ ଗ୍ରୃପ ଅନୁଷ୍ଠାନରୁ ବିଜୟ କୁମାର ମହାପାତ୍ର ଓ ପ୍ରଦୀପ କୁମାର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବୃତ୍ତିଗତ ନିର୍ମାଣ ଓ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ । ବରିଷ୍ଠ ଓଡିଆ ପ୍ରାଧାପକ ଧରଣୀଧର ପଣ୍ଡା କାର୍ଯ୍ୟକ୍ରମର ପରିଚାଳନାରେ ସାହାର୍ଯ୍ୟ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଡକ୍ଟର ଗୋକୁଳାନନ୍ଦ ପାତ୍ର , ଅଧକ୍ଷ ଡାକ୍ତର ମିଶ୍ର ବହୁ କର୍ମଚାରୀ ଯୋଗଦାନ କରିଥିଲେ ।ଏଥିରେ ୧୨୦ ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ଅଂଶ ଗ୍ରହଣ କରିଥିଲେ । ଶେଷରେ ଅଧାପକ୍ ଡକ୍ଟର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।