କ୍ୟାଟ୍ରିନାଙ୍କ ସୌନ୍ଦର୍ଯ୍ୟ ରହସ୍ୟ
ବଲିଉଡ୍ର ବାର୍ବି କହିଲେ ଏତିକି ଯଥେଷ୍ଟ ଯେ ଏଠାରେ ସିନେ ଜଗତର ଡଲ କ୍ୟାଟ୍ରିନା କୈପ୍ଙ୍କ ବିଷୟରେ କୁହାଯାଉଛି। କ୍ୟାଟ୍ରିନା ଏବେ ବି ନିଜ ସୌନ୍ଦର୍ଯ୍ୟ, ଫିଟ୍ନେସ୍ ଓ ଗ୍ଲୋଇଙ୍ଗ ସ୍କିନ୍ ଦ୍ବାରା ନିଜଠାରୁ କମ୍ ବୟସର ଅଭିନେତ୍ରୀଙ୍କ ମଧ୍ୟ ମାତ୍ ଦେଉଛନ୍ତି। ଚାଲନ୍ତୁ ଜାଣିବା କ୍ୟାଟ୍ରିନାଙ୍କ ବିଉଟୀ ସିକ୍ରେଟ୍ ସମ୍ପର୍କରେ।
ଫେସ୍ ୱାଶ୍ : କ୍ୟାଟ୍ରିନା ଦିନକୁ ୩ଥର ମୁହଁ ଧୋଇଥାନ୍ତି। ଯେତେବେଳେ ସେ ମେକ୍ଅପ୍ କରନ୍ତି ଏହାପୂର୍ବରୁ ଏକ ସଫ୍ଟ କପଡ଼ାରେ ଆଇସ୍କ୍ୟୁବ୍ ନେଇ ଚେହେରାରେ ଘଷନ୍ତି। ଏହାଫଳରେ ତ୍ବଚା ଗ୍ଲୋଇଙ୍ଗ ରହିଥାଏ ଓ ତାଜା ଦେଖାଯାଇଥାଏ।
ତ୍ବଚାର ପୋଷଣ ପାଇଁ : କ୍ୟାଟ୍ରିନା ପ୍ରତ୍ୟେକ ଦିନ ନିଜ ଚର୍ମରେ ଆପ୍ରିକଟ ତେଲ ଲଗାନ୍ତି। ଏହା ତ୍ବଚାକୁ ସ୍ମୁଦ ରଖିଥାଏ। ହାତରେ ସମୟ ଥିଲେ କ୍ୟାଟ୍ରିନା କୌଣସି ରସାୟନିକଯୁକ୍ତ ପଦାର୍ଥ ବଦଳରେ ମୁଲତାନୀ ମିଟ୍ଟୀରେ ସଫା କରନ୍ତି। ତାଙ୍କ କହିବାନୁସାରେ ଏହାଫଳରେ ତ୍ବଚା ଅଧିକ ଫ୍ରେଶ୍ ଓ ନ୍ୟାଚୁରାଲ ବିଉଟୀ ଦେଖାଯିବ।
କେଶର ଯତ୍ନ : ନିଜ କେଶର ଯତ୍ନ ନେବା ଲାଗି କ୍ୟାଟ୍ରିନା ସପ୍ତାହରେ ଦୁଇଥର ମାଲିସ୍ କରନ୍ତି। ଏଥିପାଇଁ ସେ ଅଲିଭ୍ ଅଏଲ୍ର ବ୍ୟବହାର କରନ୍ତି ଓ କେଶରେ ନ୍ୟାଚୁରାଲ ହେଆର ମାସ୍କ ଲଗାନ୍ତି। ସେ ରସୟନିକଯୁକ୍ତ ବିଉଟୀ ପ୍ରଡକ୍ଟଠାରୁ ଦୂରେଇ ରହିଥାନ୍ତି।
ମେକ୍ଅପ୍ଠାରୁ ଦୂରେଇ ରହନ୍ତି : ଆବଶ୍ୟକ ନ ଥିଲେ ସେ ମେକ୍ଅପ୍ଠାରୁ ଦୂରେଇ ରହନ୍ତି। କୌଣସି ପାର୍ଟି କିମ୍ବା ଶୁଟିଂ ଥିଲେ ସେ ମେକ୍ଅପ୍ କରନ୍ତି। ବାକି ଅନ୍ୟ ସମୟରେ ପ୍ରାକୃତିକ ଜିନିଷରେ ତ୍ବଚାର ଯତ୍ନ ନିଅନ୍ତି।
ସକାଳୁ ଉଠି ଏହା କରନ୍ତି : ଫିଟ୍ନେସ୍ ଓ ଗ୍ଲୋଇଙ୍ଗ ସ୍କିନ୍ ପାଇଁ କ୍ୟାଟ୍ରିନା ନିଜ ଦିନର ଆରମ୍ଭ ଅତିକମରେ ୪ ଗ୍ଲାସ୍ ପାଣିରୁ କରିଥାନ୍ତି। ସକାଳୁ ଖାଲି ପେଟରେ ପାଣି ପିଇବା ଫଳରେ ଶରୀର ହାଇଡ୍ରେଟ୍ ରହିଥାଏ ଓ ପାଚନ ତନ୍ତ୍ର ଠିକ୍ ରହିଥାଏ। ସେ ତାଙ୍କ ସୌନ୍ଦର୍ଯ୍ୟ ଓ ଫିଟ୍ନେସ୍ ରୁଟିନ୍କୁ ନେଇ ବେଶ୍ ସଚେତନ। ପ୍ରତ୍ୟେକ ଦିନ କ୍ୟାଟ୍ରିନା ଯୋଗ, ଏରୋବିକ୍, ୱାକ୍ କିମ୍ବା ରନିଂ ଭଳି ଅନେକ ବ୍ୟାୟାମ ନିହାତି କରିଥାନ୍ତି। କ୍ୟାଟ୍ରିନାଙ୍କ କହିବାନୁସାରେ ଜିମିଂ, ଜଗିଙ୍ଗ ଓ ସ୍ବିଇମିଂ କରିବା ଫଳରେ ଶରୀର ସହିତ ମସ୍ତିଷ୍କ ଓ ଆତ୍ମାର ସୌନ୍ଦର୍ଯ୍ୟ ଫୁଟି ଉଠିଥାଏ। ବ୍ଲଡ୍ ସର୍କୁଲେସନ୍ ଠିକ୍ ହେବା ଫଳରେ ତ୍ବଚାର ଗ୍ଲୋ ଅକ୍ଷୂଣ୍ଣ ରହିଥାଏ।